‘ଆମେ ସରକାର ଚଲଉନି ବରଂ ମ୍ୟାନେଜ୍‌ କରୁଛୁ’: କର୍ଣ୍ଣାଟକ ଆଇନ ମନ୍ତ୍ରୀ

0

ବେଙ୍ଗାଲୁରୁ (ଆମ ଟିଭି): ‘ଆମେ ସରକାର ଚଲଉନୁ ବରଂ ମ୍ୟାନେଜ୍‌ କରୁଛୁ’। କର୍ଣ୍ଣାଟକ ଆଇନ ମନ୍ତ୍ରୀ ଜେସି ମଧୁସ୍ବାମୀଙ୍କ ଏକ କଲ୍‌ ରେକର୍ଡିଂ ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଜଣେ ବ୍ୟକ୍ତି ମନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଥା ହେଉଥିବା ଶୁଣିବାକୁ ମିଳୁଛି । ବ୍ୟାଙ୍କରେ ଚାଷୀଙ୍କୁ ଋଣ ଦେବା ନାରେ ବ୍ୟାପକ ଲୁଟ୍‌ ହେଉଥିବା ଫୋନ ମାଧ୍ୟମରେ ମନ୍ତ୍ରୀଙ୍କୁ ଅଭିଯୋଗ କରୁଛନ୍ତି ଜଣେ ବ୍ୟକ୍ତି । ଏବେ ଏହି ଅଡିଓକୁ ନେଇ କର୍ଣ୍ଣାଟକ କଂଗ୍ରେସ ପକ୍ଷରୁ ବିଜେପି ସରକାରକୁ ଟାର୍ଗେଟ୍‌ କରାଯାଉଛି । ଅନ୍ୟପଟେ ବିଜେପିରୁ ହିଁ ଜଣେ ମନ୍ତ୍ରୀ ମଧୁସ୍ବାମୀଙ୍କୁ ଇସ୍ତଫା ଦେବାକୁ କହିଛନ୍ତି । କିନ୍ତୁ ଏ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି କର୍ଣ୍ଣାଟକ ଆଇନ ମନ୍ତ୍ରୀ ଜେସି ମଧୁସ୍ବାମୀ । ଯୁବକ ଜଣଙ୍କ ଫୋନରେ ମନ୍ତ୍ରୀଙ୍କୁ କହୁଛନ୍ତି, ‘ମୁଁ ଭିଏସଏସନ ବ୍ୟାଙ୍କରୁ ୫୦ ହଜାର ଟଙ୍କା ଋଣ ଆଣିଛି । ନବୀକରଣ ପାଇଁ ବ୍ୟାଙ୍କ କର୍ମଚାରୀ ୧୩ଶହ ଟଙ୍କା ନେଉଛନ୍ତି । ସବୁ ବ୍ୟାଙ୍କରେ ଏମିତି ସ୍ଥିତି’।

 

ବ୍ୟକ୍ତିଙ୍କ କଥା ଶୁଣି ମନ୍ତ୍ରୀ କହୁଛନ୍ତି, ‘ଏବେ ମୁଁ କଣ କରିବି? ମୁଁ ଏ ବିଷୟରେ ସବୁ କିଛି ଜାଣିଛି । ଆମେ ଏହି ମାମଲାକୁ ନେଇ ସହକାରୀ ମନ୍ତ୍ରୀ ସୋମଶେଖରଙ୍କ ନିକଟକୁ ଯାଇଥିଲୁ । ସେ କିଛି କରୁନାହାନ୍ତି । ଏବେ ମୁଁ କଣ କରିବି?’ଅଡିଓ କଲର ୪୪ ରୁ ୫୦ ସେକେଣ୍ଡ ଯାଏଁ ବ୍ୟକ୍ତି ଜଣକ କହୁଛନ୍ତି, ବ୍ୟାଙ୍କ ଚାଷୀଙ୍କ ସହିତ ମାଙ୍କଡ ଭଳି ବ୍ୟବହାର କରୁଛି । ଏହାର ଜବାବରେ ମନ୍ତ୍ରୀ କହୁଛନ୍ତି, ଏମିତି ପରିସ୍ଥିତି ମୁଁ ବି ସାମ୍ନା କରିଛି । ପରେ ଉକ୍ତ ବ୍ୟକ୍ତି କହୁଛନ୍ତି, ଏହା କିଛି ଠିକ୍‌ ହେଉନି । ଶେଷରେ ୧.୦୨ ମିନିଟରେ ମନ୍ତ୍ରୀ ମଧୁସ୍ବାମୀ କହୁଛନ୍ତି, ‘ଆମେ ସରକାର ଚଲାଉନୁ, ବରଂ ଆମେ କେବଳ ମ୍ୟାନେଜ୍‌ କରୁଛୁ । ୮ମାସ ପରେ ନିର୍ବାଚନ ତେଣୁ ଆମେ ଏହାକୁ ଆଗକୁ ବଢାଉଛୁୁ’। ଏହାକୁ ନେଇ ମନ୍ତ୍ରୀ ମୁନିରତ୍ନା କହିଛନ୍ତି, ‘ଯଦି ଆମେ ସରକାର ଠିକ୍‌ରେ ଚଲାଉ ପାରୁନୁ ଏବଂ କେବଳ କାମ ଚଳାଉଛୁ, ଯଦି ତାଙ୍କୁ ସେଭଳି କିଛି ଲାଗୁଛି ତେବେ ସେ ତୁରନ୍ତ ଇସ୍ତଫା ଦେଇଦେବା ଉଚିତ । ଏହା ପରେ ଯାଇ ଏଭଳି ବୟାନ ଦେବା ଉଚିତ । ସେ କ୍ୟାବିନେଟ୍‌ ବୈଠକରେ ସବୁ ବାବଦରେ କଥା ହୋଇପାରିବେ । 

Leave A Reply

Your email address will not be published.