ଏନଡିଏ ମେଣ୍ଟର ଚିନ୍ତା ବଢାଇଲେ ନୱାବ ମଲ୍ଲିକ । ଅଜିତ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରିବାକୁ ଦାବି

0

ମହାରାଷ୍ଟ୍ର ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି । ଏନଡିଏ ମେଣ୍ଟ ମିଳିତ ଭାବେ ମହାରାଷ୍ଟ୍ରରେ ନିର୍ବାଚନ ଲଢୁଥିବା ବେଳେ ଇଣ୍ଡିଆ ମେଣ୍ଟ ମଧ୍ୟ ଏନଡିଏକୁ ବଡ଼ ଟକ୍କର ଦେଉଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ଅଜିତ ପାୱାରଙ୍କ ଏନସିପି ଟିକେଟରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ ନେତା ନୱାବ ମଲ୍ଲିକ ଏବେ ଏନଡିଏ ମେଣ୍ଟକୁ ହରଡଘଣାରେ ପକାଇଛନ୍ତି । ନୱାବ ମଲ୍ଲିକ କହିଛନ୍ତି କି, ଯଦି ଗୋଟିଏ ବିଧାନସଭା ଆସନ ଜିତି ମଧୁ କୋଡା ମୁଖ୍ୟମନ୍ତ୍ରୀ ହୋଇପାରିଲେ ତେବେ ଅଜିତ ପାୱାର କାହିଁକି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ । ଏହାସହ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଇ ନୱାବ ମଲ୍ଲିକ କହିଛନ୍ତି କି, ବିଜେପି ଦେବେନ୍ଦ୍ର ଫଡନଭିସଙ୍କ ସ୍ଥାନରେ ଜଣେ ଯୁବନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଯୋଜନା କରୁଛି ।

କେବଳ ସେତିକି ନୁହେଁ ସାକ୍ଷାତକାର ବେଳେ ନୱାବ ମଲ୍ଲିକ ପରୋକ୍ଷରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ବିଜେପିର ବଟେଙ୍ଗେ ତୋ କଟେଙ୍ଗ ନାରାକୁ ନେଇ ସେ କହିଛନ୍ତି ଭାରତୀୟ ରାଜନୀତିରେ ଧାର୍ମିକ ନାରା ଅଧିକ ଦିନ ଚାଲିପାରିବ ନାହିଁ । ଆମ ଦେଶ ସର୍ବଧର୍ମ ସମ୍ପର୍ଣ୍ଣ ଥିଲା, ଅଛି ଓ ଆଗକୁ ମଧ୍ୟ ରହିବ ।

ନୱାବ ମଲ୍ଲିକ ଅଜିତ୍ ପାୱାର ଗୋଷ୍ଠୀର ଏନସିପି ଟିକେଟରୁ ମାନଖୁଦ ଶିବାଜୀ ନଗର ଆସନରୁ ନିର୍ବାଚନ ଲଢୁଛନ୍ତି । ପ୍ରଥମ ଥର ପାଇଁ ତାଙ୍କ ଝିଅ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ବିଜେପି ମେଣ୍ଟରେ ଥିବା ଅଜିତ ପାୱାରଙ୍କ ପାର୍ଟି ନୱାବ ମଲ୍ଲିକଙ୍କୁ ଟିକେଟ ଦେବା ପରେ ଏହାକୁ ନେଇ ବିଜେପି ଅସନ୍ତୋଷ ଜାହିର କରିଛି ।

Leave A Reply

Your email address will not be published.