ଯାଞ୍ଚ ହେଲା ଅମିତ ଶାହଙ୍କ ହେଲିକପ୍ଟର

0

ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାକୁ ପ୍ରଚାର ପାଇଁ ଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଓ ଏହା ମଧ୍ୟରେ ଥିବା ବ୍ୟାଗକୁ ଯାଞ୍ଚ କରାଯାଇଛି। ନିର୍ବାଚନ ବେଳେ ଟଙ୍କା କିମ୍ବା ଅନ୍ୟାନ୍ୟ ଜିନିଷ ଲୋକଙ୍କୁ ଦେବା ଭଳି କାମ ଉପରେ ରୋକ ଲଗାଇବା ପାଇଁ ନିୟୋଜିତ ନିର୍ବାଚନ ଅଧିକାରୀମାନେ ଏପରି ଯାଞ୍ଚ କରିଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମହାରାଷ୍ଟ୍ରରେ ଏବେ ଜୋରଦାର ପ୍ରଚାର ଚାଲିଛି। ନିକଟରେ ନିର୍ବାଚନ ଅଧିକାରୀମାନେ ଶିବସେନା (ୟୁବିଟି)ର ମୁଖ୍ୟ ଉଦ୍ଧବ ଠାକରେଙ୍କ ହେଲିକପ୍ଟର ଓ ବ୍ୟାଗକୁ ଯାଞ୍ଚ କରିଥିଲେ। ଏହାର ଭିଡିଓ ଉଦ୍ଧବ ରେକର୍ଡ କରିବା ସହ କ’ଣ ଅଧିକାରୀମାନେ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ବ୍ୟାଗକୁ ମଧ୍ୟ ଯାଞ୍ଚ କରୁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ।

Leave A Reply

Your email address will not be published.