ଗୌତମ ଆଦାନୀଙ୍କୁ ମିଳିବ Z ସ୍ତରୀୟ ସୁରକ୍ଷା

0

ନୂଆଦିଲ୍ଲୀ(ଆମ ଟିଭି): ବଢିଲା ଗୌତମ ଆଦାନୀଙ୍କ ସୁରକ୍ଷା । ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଆଡ଼କୁ ଅଗ୍ରସର ହେଉଥିବା ଏହି ବ୍ୟକ୍ତିଙ୍କୁ ମିଳିବ ସ୍ୱତନ୍ତ୍ର ସୁରକ୍ଷା । ବିଶିଷ୍ଟ ଶିଳ୍ପପତି ତଥା ଆଦାନି ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ଆଦାନୀଙ୍କୁ କେନ୍ଦ୍ର ସରକାର ଜେଡ୍ ସ୍ତରୀୟ ଭିଆଇପି ସୁରକ୍ଷା ଯୋଗାଇ ଦେଇଛନ୍ତି। ତାଙ୍କ ସୁରକ୍ଷା ଦାୟିତ୍ୱରେ ଏଣିକି ସିଆରପିଏଫ କମାଣ୍ଡୋମାନେ ନିୟୋଜିତ ହେବେ। ସର୍ବଭାରତୀୟ ସ୍ତରରେ ଦେୟ ଯୁକ୍ତ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ କମାଣ୍ଡୋମାନେ ଆଦାନୀଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେବେ। ଏଥିପାଇଁ ମାସିକ ୧୫ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

ଏହି ସୂତ୍ରରେ କୁହାଯାଇଛି ଯେ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ୬୦ ବର୍ଷୀୟ ଗୌତମ ଆଦାନୀଙ୍କ ସୁରକ୍ଷା ସମ୍ପର୍କିତ ତଥ୍ୟକୁ ଯାଞ୍ଚ କରିଥିଲା। ଏହି ସମୟରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଜଣାପଡ଼ିଥିଲା। ଏହାପରେ ହିଁ ତାଙ୍କୁ ଜେଡ୍ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସିଆରପିଏଫର ଭିଆଇପି ସୁରକ୍ଷା ୱିଙ୍ଗକୁ ଆଦାନୀଙ୍କ ସୁରକ୍ଷା ବ୍ୟବସ୍ଥାର କାମ ହସ୍ତାନ୍ତର କରିଛି।

 

Leave A Reply

Your email address will not be published.