ଫସଲ କ୍ଷୟକ୍ଷତିର ଆକଳନ ଲାଗି ରଣପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

0

ରାଜ୍ୟରେ ଗତ ୨୦ ତାରିଖ ଠାରୁ ୨୮ ତାରିଖ ମଧ୍ୟରେ ବର୍ଷା ଯୋଗୁଁ  ଫସଲ କ୍ଷୟକ୍ଷତିର ଆକଳନ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୟାଗଡ଼ ଜିଲ୍ଲା ଗସ୍ତ କରିଛନ୍ତି। ସେ ରଣପୁର ବ୍ଲକର କାଣ୍ଡପଡ଼ା ପଞ୍ଚାୟତରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ଚାଷୀମାନେ ନିଜ ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଉଲ୍ଲସିତ ଥିବାର ଦେଖିବାକୁ ମିଳିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ସ୍ଥାନୀୟ ବିଧାୟକ ତଥା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ଚାଷୀଙ୍କ ସହ ରାଜ୍ୟ ସରକାର ଅଛନ୍ତି ଏବଂ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବାର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ପ୍ରମୁଖ ଏକ ଚାଷୀ ସମାବେଶରେ ଯୋଗ ଦେବେ।

Leave A Reply

Your email address will not be published.