ମନମୋହନ ସିଂଙ୍କ ପରେ ପରିବାରକୁ ମିଳିବ ଏତେ ସୁବିଧା, ସ୍ତ୍ରୀଙ୍କୁ ମିଳିବ…

0

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । କହିରଖୁଛୁ ଯେ ପ୍ରଧାନମନ୍ତ୍ରୀ ପଦ ଛାଡିବା ପରେ ମନମୋହନ ସିଂ ଅନେକ ସୁବିଧା ପାଇଥିଲେ। ଏହା ବ୍ୟତୀତ ସେ ପ୍ରତି ମାସରେ ୨୦ହଜାର ଟଙ୍କା ପେନଶନ ମଧ୍ୟ ପାଉଥିଲେ। ଏବେ ପ୍ରଶ୍ନ ହେଉଛି, ତାଙ୍କ ମୃତ୍ୟୁ ପରେ ଏହି ପେନସନ କିଏ ପାଇବ? କେଉଁ ପରିବାର ସଦସ୍ୟଙ୍କ ଉପରେ ଏହାର ଅଧିକାର ରହିବ? ଏଥି ସହିତ, କେଉଁ ସଦସ୍ୟମାନେ ଅନ୍ୟ ସୁବିଧାଗୁଡ଼ିକର ଲାଭ ମଧ୍ୟ ପାଇବେ?

ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ପଦ ଛାଡିବା ପରେ ଡକ୍ଟର ମନମୋହନ ସିଂଙ୍କୁ ନୂଆଦିଲ୍ଲୀର ମୋତିଲାଲ ନେହେରୁ ମାର୍ଗ ୩ରେ ଅବସ୍ଥିତ ଏକ ବଙ୍ଗଳା ଦିଆଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ହୋଇଥିବାରୁ ତାଙ୍କୁ ପ୍ରଥମ ପାଞ୍ଚ ବର୍ଷରେ ବିଶେଷ ସୁବିଧା ଦିଆଯାଇଥିଲା, କିନ୍ତୁ ଏହା ପରେ ନିୟମ ଅନୁଯାୟୀ ପରିବର୍ତ୍ତନ କରାଯାଇଥିଲା। ମନମୋହନଙ୍କୁ ପ୍ରଥମ ବର୍ଷ ପାଇଁ ଏସପିଜି ସୁରକ୍ଷା ଦିଆଯାଇଥିଲା। ଏହା ପରେ ତାଙ୍କୁ Z ପ୍ଲସ ସୁରକ୍ଷା ଦିଆଯାଇଥିଲା। ଏହା ବ୍ୟତୀତ ସେ କ୍ୟାବିନେଟ ମନ୍ତ୍ରୀଙ୍କ ସହ ସମାନ ସୁବିଧା ପାଉଥିଲେ। ଯେଉଁଥିରେ ମାସକୁ ୨୦ହଜାର ଟଙ୍କା ପେନଶନ, ସାରାଜୀବନ ପାଇଁ ମାଗଣା ଚିକିତ୍ସା ସୁବିଧା, ଗୋଟିଏ ବର୍ଷରେ ୬ଟି ଘରୋଇ ବିମାନ ଟିକେଟ, ମାଗଣା ରେଳ ଯାତ୍ରା, ସାରା ଜୀବନ ମାଗଣା ବିଦ୍ୟୁତ ଏବଂ ପାଞ୍ଚ ବର୍ଷ ପରେ ଏକ ବ୍ୟକ୍ତିଗତ ସହାୟକ ଏବଂ ଏକ ପିଅନ ମଧ୍ୟ ଦିଆଯାଇଥିଲା। ଏହା ବ୍ୟତୀତ ଅଫିସ ଖର୍ଚ୍ଚ ପାଇଁ ବାର୍ଷିକ ଛଅ ହଜାର ଟଙ୍କା ମଧ୍ୟ ଦିଆଯାଉଥିଲା।

ମନମୋହନ ସିଂ ପ୍ରତି ମାସରେ ୨୦ ହଜାର ଟଙ୍କା ପେନଶନ ପାଉଥିଲେ। ନିୟମ ଅନୁଯାୟୀ, ବର୍ତ୍ତମାନ ଏହି ପେନଶେନ ତାଙ୍କ ସ୍ତ୍ରୀ ଗୁରୁଶରଣ କୌରଙ୍କୁ ଦିଆଯିବ। ଏହା ବ୍ୟତୀତ ଅନ୍ୟାନ୍ୟ ସୁବିଧା ମଧ୍ୟ ପଅଦାନ କରାଯିବ। ଯଦି ଆମେ ସୁବିଧା ବିଷୟରେ କଥା ହେବା, ତେବେ ମନମୋହନ ସିଂଙ୍କ ସ୍ତ୍ରୀ ଏବଂ ତାଙ୍କୁ ନିର୍ଭରଶୀଳ ଥିବା ପରିବାର ସଦସ୍ୟମାନେ ଏହି ସୁବିଧା ପାଇବେ। ସରକାରୀ ଡାକ୍ତରଖାନାଗୁଡ଼ିକରେ ମାଗଣା ଚିକିତ୍ସା, ରେଳବାଇରେ ମାଗଣା ଯାତ୍ରା ଏବଂ ରିହାତି ମୂଲ୍ୟରେ ବିମାନ ଯୋଗେ ଯାତ୍ରା କରିବାର ସୁବିଧା ଅନ୍ତର୍ଭୁକ୍ତ ହେବ। ଏଥି ସହିତ, ସୁରକ୍ଷାକର୍ମୀ ଏବଂ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ଇତ୍ୟାଦି ମଧ୍ୟ ଅକ୍ଷୁର୍ଣ୍ଣ ରହିବ।

Leave A Reply

Your email address will not be published.