ଚଣ୍ଡିଗଡ଼ ଅନ୍ତର୍ଜାତୀୟ ବିମାନ ବନ୍ଦରର ନାଁ ବଦଳି ହେବ ସହିଦ ଭଗତ ସିଂହ ବିମାନ ବନ୍ଦର
ଚଣ୍ଡିଗଡ଼ (ଆମ ଟିଭି): ବଡ଼ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ଓ ହରିଆଣା ସରକାର । ଚଣ୍ଡିଗଡ଼ ଅନ୍ତର୍ଜାତୀୟ ଏୟାରପୋର୍ଟର ନାଁ ବଦଳାଇବାକୁ ଉଭୟ ରାଜ୍ୟର ସରକାର ସହମତି ହୋଇଛନ୍ତି। ଏହି ବିମାନବନ୍ଦରର ନାଁ ଏଣିକି ସହିଦ ଭଗତ ସିଂହଙ୍କ ନାମ ଅନୁସାରେ ନାମିତ କରାଯିବ।
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ ଓ ହରିଆଣାର ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲାଙ୍କ ମଧ୍ୟରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ ହିଁ ଉଭୟ ରାଜ୍ୟ ଚଣ୍ଡିଗଡ଼ ଅନ୍ତର୍ଜାତୀୟ ବିମାନବନ୍ଦରର ନାଁ ବଦଳାଇବାକୁ ଏକମତ ହୋଇଛନ୍ତି। ବୈଠକ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ ଟ୍ୱିଟ କରି କହିଛନ୍ତି, “ଚଣ୍ଡିଗଡ଼ ଅନ୍ତର୍ଜାତୀୟ ବିମାନ ବନ୍ଦରର ନାଁ ସହିଦ ଭଗତ ସିଂହଙ୍କ ନାମ ଅନୁସାରେ ରଖାଯିବ। ଏନେଇ ପଞ୍ଜାବ ଓ ହରିଆଣା ମଧ୍ୟରେ ସହମତି ହୋଇଛି।