୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଆମ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର (ଆମ ଟିଭି): ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଆମର ଲକ୍ଷ୍ୟ ବୋଲି ଶନିବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ସମ୍ଭାବନାର ରାଜ୍ୟ, ଦେଶର ଗ୍ରୋଥ୍‌ ଇଞ୍ଜିନ ଭାବେ କାମ କରିବ। ଭିତ୍ତିଭୂମି ସୁଦୃଢ଼ ଓ ରାଜ୍ୟକୁ ନିବେଶ ଆଣିବାକୁ ସରକାର ନିରନ୍ତର ଭାବେ କାମ କରୁଛନ୍ତି।

ଏଥିସହିତ ସିଙ୍ଗାପୁର ସହ ୮ଟି ପ୍ରକଳ୍ପ ଉପରେ ଚୁକ୍ତି ସ୍ବାକ୍ଷର ହୋଇଛି। ପ୍ରଥମ ଏମଓୟୁ ଇଡ୍‌କୋ ସହ ସିଙ୍ଗାପୁରର ହୋଇଛି। ପାରାଦୀପରେ ଗ୍ରୀନ୍‌ ସିପିଂ କରିଡର କରିବା ପାଇଁ ମଧ୍ୟ ଏମ୍‌ଓୟୁ ସ୍ବାକ୍ଷର ହୋଇଛି। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଏକ ଐତିହାସିକ ଘଟଣା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.