‘ମୋଦୀ ଯୁଗ ଶେଷ’ ହୋଇଛି: ଉଦ୍ଧବ ଠାକରେ

0

ମୁମ୍ବାଇ(ଆମ ଟିଭି): ମହାରାଷ୍ଟରେ ସରକାର ପରିବର୍ତ୍ତନ ହେବା ପରେ ଲାଗି ରହିଛି ରାଜନୈତିକ ବୟାନବାଜି । ଯଦିଓ ମହାରାଷ୍ଟ୍ର ରାଜନୀତି ଝଡ଼ ଏବେ ଟିକେ ଶାନ୍ତ ପଡ଼ିଛି, କିନ୍ତୁ ପରସ୍ପର ପ୍ରତି ଟିପ୍ପଣୀ ଦେବା କମ୍ ହୋଇନି । ଏପରି ପରିସ୍ଥିତିରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବେକାର ଉପ ମୁଖ୍ୟମନ୍ତ୍ରୀ ଓ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ଟାର୍ଗେଟ କରିଛନ୍ତି । କେବଳ ଏତିକି ନୁହେଁ, ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କଥା ଉଠିଛି । ବାଲସାହେବଙ୍କ ନାମରେ ଫଡନାଭିସ୍ ଭୋଟ୍ ମାଗୁଥିବାରୁ ‘ମୋଦୀ ଯୁଗ ଶେଷ’ ହୋଇଛି ବୋଲି ଉଦ୍ଧବ ଠାକରେ କହିଛନ୍ତି।

ତେବେ ଦେବେନ୍ଦ୍ର ଫଡନାଭିସ୍ ବୃହନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ନିର୍ବାଚନରେ ଜିତି ବାଲାସାହେବ ଠାକରେଙ୍କ ସ୍ୱପ୍ନକୁ ପୂରଣ କରିବା ବିଷୟରେ କହିଥିଲେ । ଏହି ସମୟରେ ସେ କହିଥିଲେ ଯେ, ବାଲାସାହେବଙ୍କ ସ୍ୱପ୍ନକୁ ପୂରଣ କରିବାର ଦାୟିତ୍ୱ ଶିବସେନା ଏବଂ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଜେପି ମିଳିତ ସରକାର ଉପରେ ରହିଛି । ତାଙ୍କର ଏହି ବୟାନକୁ ନେଇ ଉଦ୍ଧବ ଠାକରେ କଟାକ୍ଷ କରିଛନ୍ତି ।
ଉଦ୍ଧବ ଠାକରେ କହିଛନ୍ତି ଯେ, ଫଡନାଭିସ୍ ମୁମ୍ବାଇରେ ଭାଷଣ ଦେବାବେଳେ ବାଲାସାହେବ ଠାକରେଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ତାଙ୍କୁ ବିଏମସିର ଶକ୍ତି ଆବଶ୍ୟକ ବୋଲି କହିଥିଲେ । ଏହା କହି ସେମାନେ ବାଲାସାହେବ ଠାକରେଙ୍କ ନାମରେ ଭୋଟ୍ ମାଗିବାକୁ ଚେଷ୍ଟା କରୁଛନ୍ତି ।

 

Leave A Reply

Your email address will not be published.