“ଚାଇନା ଲ୍ୟାବରୁ କୋରୋନା ଭାଇରାସ ବ୍ୟାପିଛି “

0

ନୂଆଦିଲ୍ଲୀ: ଆମେରିକାର ଗୁପ୍ତଚର ଏଜେନ୍ସି, ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ) ଚାଇନାର ଲ୍ୟାବରେ କରୋନା ଭୂତାଣୁ ପ୍ରସ୍ତୁତ କରିଥିବା ସନ୍ଦେହ ପ୍ରକଟ କରିଛି ଓ କୋଭିଡ -19 ବିସ୍ତାର ପାଇଁ ଚୀନ୍ ଦାୟୀ ବୋଲି ରିପୋର୍ଟରେ ପ୍ରକାଶ କରିଛି  । ତେବେ ଏଜେନ୍ସି ଏ ସମ୍ପର୍କରେ କୌଣସି ଠୋସ୍ ପ୍ରମାଣ ଉପସ୍ଥାପନ କରିବାରେ ସକ୍ଷମ ହୋଇ ନାହିଁ ।

ବାଇଡେନ ପ୍ରଶାସନ ଓ ପୂର୍ବତନ ସିଆଇଏ ନିର୍ଦ୍ଦେଶକ ୱିଲିୟମ ବର୍ନସଙ୍କ ନିର୍ଦ୍ଦେଶରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଟ୍ରମ୍ପ ପ୍ରଶାସନରେ ସିଆଇଏ ନିର୍ଦ୍ଦେଶକ ହୋଇଥିବା ଜନ୍ ରାଟକ୍ଲିଫଙ୍କ ନିର୍ଦ୍ଦେଶରେ ଏହା ଶନିବାର ଦିନ ସାର୍ବଜନୀନ କରାଯାଇଥିଲା।

ସିଆଇଏ ରିପୋର୍ଟ ଆସିବା ପରେ ଭାଇରସ ବିସ୍ତାର ସହ ଜଡିତ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି । କୋରାନା ଭାଇରସ ବିସ୍ତାର, ଏହାର ବୈଜ୍ଞାନିକ ଗୁଣ ଏବଂ ଚାଇନାର ଭାଇରୋଲୋଜି ଲ୍ୟାବରେ କରାଯାଇଥିବା କାର୍ଯ୍ୟର ନୂତନ ବିଶ୍ଳେଷଣ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ଗୁପ୍ତଚର ଏଜେନ୍ସି ଅଧିକାରୀମାନେ କହିଛନ୍ତି ଯେ, ଚୀନ୍‌ର ସହଯୋଗ ଅଭାବରୁ ଏହି ରହସ୍ୟ ବୋଧହୁଏ କେବେବି ସମ୍ପୂର୍ଣ୍ଣଭାବେ ସମାଧାନ ହୋଇପାରିବ ନାହିଁ। ଆମେରିକାର ସଂସାଦମାନେ କୋଭିଡ -19 ର ଉତ୍ପତ୍ତି ବିଷୟରେ ଅଧିକ ସୂଚନା ପ୍ରଦାନ କରିବାକୁ ଗୁପ୍ତଚର ଏଜେନ୍ସି ଉପରେ ଚାପ ପକାଇଛନ୍ତି।

ଆମେରିକୀୟ ତଥା ବିଶ୍ୱ ରାଜନୀତି ଦୃଷ୍ଟିକୋଣରୁ ଏହି ପ୍ରସଙ୍ଗଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ, କାରଣ ବିଶ୍ବ ଏବେ ବି ଏହାର ପ୍ରଭାବ ସହ ସଂଗ୍ରାମ ଜାରି ରଖିଛି।

Leave A Reply

Your email address will not be published.