ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୨ଜଣଙ୍କ ମୃତ୍ୟୁ

0

ରାଜ୍ୟ ସରକାରଙ୍କ ଏକ ଯାତ୍ରୀବାହୀ ବସ୍‌ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକର ଖମାର ଅଞ୍ଚଳରେ ରବିବାର ଅପରାହ୍‌ଣରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାରିପଦାରୁ ପାଲଲହଡ଼ାକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିବା ପରେ ବସ୍‌ର ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୧୦ ଜଣ ଯାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ତାଳଚେଳ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରୁ ପ୍ରାୟ ୪୦ ଜଣ ଯାତ୍ରୀ ବର୍ତ୍ତି ଯାଇଛନ୍ତି।

ସୂଚନା‌ ଅନୁସାରେ ଆଜି ଅପରାହ୍‌ଣରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି)ର ଏକ ଯାତ୍ରୀବାହୀ ବସ୍‌ ବାରିପଦାରୁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଭିମୁଖେ ବାହାରି ଥିଲା। ସରକାରୀ ଯାତ୍ରୀବାହୀ ବସ୍‌ଟି ଜାତୀୟ ରାଜପଥରେ ଆଗକୁ ବଢୁଥିବା ବେଳେ ଖମାର ଥାନା ଅଧୀନ ଗହମ ପଞ୍ଚାୟତ ନିକଟରେ ଦୁର୍ଘଟଣାର ସାମ୍ନା କରିଥିଲା। ବସ୍‌ଟି ସାଧାରଣ ଦୁର୍ଘଟଣାର ସାମ୍ନା କରି ନଥିଲା। ଏହା ସଂପୂର୍ଣ୍ଣ ଓଲଟି ପଡ଼ିଥିଲା।

Leave A Reply

Your email address will not be published.