ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହିତ “ଭାଇ” ଚଳଚ୍ଚିତ୍ର ଦେଖିଲେ “ଭାଇ” ଟିମ୍

0

ଭୁବନେଶ୍ୱର(ଆମ ଟିଭି): ଆମେ ସମସ୍ତେ ନିଜ ନିଜର ମନୋରଞ୍ଜନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ମଉଜ କରିଥାଉ ହେଲେ ଦିବ୍ୟାଙ୍ଗମାନଙ୍କ କଥା କେହି ଭାବିନଥାନ୍ତି l

ବହୁ ପ୍ରତିକ୍ଷୀତ ଓଡ଼ିଆ ଚଳଚ୍ଚିତ୍ର ଭାଇ ମୁକ୍ତିଲାଭ କରିବା ପରେ ସବୁ ଦର୍ଶକଙ୍କ ମହଲରେ ସୁପରହିଟ ବୋଲି ପ୍ରଚାର ହେବା ବେଳେ ପିଜେ ସିନେମା ହଲ୍ ରେ ଜଟଣୀ ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ଭାଇ ଚଳଚ୍ଚିତ୍ରର ଅଭିନେତା ସୁଜିତ, ଖୋର୍ଦ୍ଧା ଟୋକା ଦିବ୍ୟ, ଅଭିନେତ୍ରୀ ଦିବ୍ୟା ମହାନ୍ତି, ନିର୍ଦ୍ଦେଶକ ପୃଥ୍ଵୀରାଜ ପଟ୍ଟନାୟକ, ପ୍ରଯୋଜିକା କାଜଲ୍‌ ରାଏ,ପ୍ରଚାର ଓ ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଙ୍କ ସହିତ ମିଶି ଦେଖିଥିଲେ l

ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା l ସେମାନଙ୍କ ପ୍ରିୟ ଅଭିନେତା, ଅଭିନେତ୍ରୀଙ୍କ ସହିତ ମିଶି ଚଳଚ୍ଚିତ୍ର ଦେଖିବାକୁ ସୁଯୋଗ ପାଇଥିବାରୁ ସେମାନେ ତାଙ୍କର ଖୁସି ବ୍ୟକ୍ତ କରିଥିଲେ l

Leave A Reply

Your email address will not be published.