ପିସିସି କମିଟିରୁ ଇସ୍ତଫା ଦେଲେ ଆନନ୍ଦ ଶର୍ମା: ଜାଣନ୍ତୁ କାହିଁକି ?

0

ନୂଆଦିଲ୍ଲୀ(ଆମ ଟିଭି): ଭୁଷୁଡ଼ୁଛି କଂଗ୍ରେସ ଗଡ଼ । ଧୀରେ ଧୀରେ ଦୁର୍ବଳ ହେଉଛି ସଙ୍ଗଠନ । କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନିଯୁକ୍ତ ପରିଚାଳନା କମିଟିର ଅଧ୍ୟକ୍ଷ ପଦରୁ ବରିଷ୍ଠ ନେତା ଆନନ୍ଦ ଶର୍ମା ରବିବାର ଇସ୍ତଫା ଦେଇଥିବାରୁ କଂଗ୍ରେସକୁ ବଡ଼ ଧକ୍କା ଲାଗିଛି। ସେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏକ ପତ୍ର ଲେଖି ପଦରୁ ଇସ୍ତଫା ଦେଇଛନ୍ତି।

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ସମ୍ପର୍କିତ ନିଷ୍ପତ୍ତି ନେବା କ୍ଷେତ୍ରରେ ତାଙ୍କ ଅବହେଳା କରାଯାଉଥିବା ଏବଂ ପକ୍ଷପାତିତା ଅନୁଭବ କରୁଥିଲେ ବୋଲି ଆନନ୍ଦ ଶର୍ମାଙ୍କ ନିକଟ ସୂତ୍ରରୁ ପ୍ରକାଶ। ତେବେ ସେ କଂଗ୍ରେସ କାର୍ୟ୍ୟକାରିଣୀ କମିଟିର ସଦସ୍ୟ ତଥା ଦଳ ପାଇଁ ଅନ୍ୟାନ୍ୟ ପଦବୀରେ କାର୍ୟ୍ୟ କରିବେ। ପୂର୍ବରୁ ଗୁଲାମ ନବୀ ଆଜାଦ ସୋନିଆ ଗାନ୍ଧୀଙ୍କୁ ତିନି ପୃଷ୍ଠାର ପତ୍ର ଲେଖିବା ପରେ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ।

 

Leave A Reply

Your email address will not be published.