ରାଜ୍ୟରେ ବଢିବ ପଞ୍ଚାୟତ ଓ ବ୍ଲକ; ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ

0

ବଢ଼ିବ ପଞ୍ଚାୟତ, ବଢ଼ିବ ବ୍ଲକ । ମାର୍ଚ୍ଚ ପରେ ଆରମ୍ଭ ହେବ ପ୍ରକ୍ରିୟା । ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । କହିଛନ୍ତି,୧୦ ବର୍ଷରେ ଥରେ ପଞ୍ଚାୟତ ପୁନର୍ଗଠନ ହୁଏ । ୨୦ ବର୍ଷରେ ଥରେ ବ୍ଲକ ଗଠନ ହୁଏ । ସେହି ପ୍ରାବଧାନରେ ନୂଆ ପଞ୍ଚାୟତ ଗଠନ ନେଇ ପ୍ରୟାସ ଚାଲିଛି । ସେହିପରି ଅନେକ ଜାଗାରେ ବ୍ଲକ ପୁନର୍ଗଠନର ଆବଶ୍ୟକତା ରହିଛି । ଗୋଟିଏ ବ୍ଲକରେ ୩୮ଟି ପଞ୍ଚାୟତ ଅଛି। ଏତେ ବଡ଼ ବ୍ଲକରେ ଜଣେ ବିଡିଓ କାମ କରିବା କଷ୍ଟ । ତେଣୁ ଅଞ୍ଚଳର ହିତକୁ ଦେଖି ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ । ମାର୍ଚ୍ଚରେ ବଜେଟ୍ ଶେଷ ଅଧିବେଶନ ସରିବା ପରେ ଏହା ଉପରେ ଚିନ୍ତନ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.