ସିଙ୍ଗାପୁର ଦେଖିବ ଓଡ଼ିଆ ସିନେମା ତ୍ରିକନ୍ୟା*
ସମାଜରେ ମହିଳାଙ୍କ ସଂଘର୍ଷ ଓ ସାମାଜିକ ନୀତିକୁ ନେଇ ୨୦୨୪ ମାର୍ଚ୍ଚ ୦୮ ତାରିଖରେ ରିଲିଜ ହୋଇଥିଲା ବାସ୍ତବବାଦୀ ଓଡ଼ିଆ ଚଳଚ୍ଚିତ୍ର ‘ତ୍ରିକନ୍ୟା’ ଯାହା ଖୁବ ଚର୍ଚ୍ଚା ସାଉଁଟିଥିଲା । ଫିଲ୍ମରେ ଥିବା କାହାଣୀ ସିନେପ୍ରେମୀଙ୍କ ମନକୁ ଖୁବ ଛୁଇଁବା ସହିତ ଏଥିରେ ଥିବା ସାମାଜିକ ବାର୍ତ୍ତାକୁ ସିନେପ୍ରେମୀ ସଠିକ ଭାବେ ବୁଝିପାରିଥିଲେ । ଫିଲ୍ମରେ ସିଜନ ମହାପାତ୍ର, ନିଶାନ୍ତ ମାଜିଥିଆ, ମନୋଜ ମିଶ୍ର, ବର୍ଷା ପଟ୍ଟନାୟକ, ଶ୍ରଦ୍ଧା ପାଣିଗ୍ରାହୀ, ସୁକାନ୍ତ ରଥ , ପାର୍ଥସାରଥୀ ରାୟଭଳି କଳାକାର ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।
ତେବେ ଚଳଚ୍ଚିତ୍ର ରିଲିଜ ହେବାର ଗୋଟିଏ ବର୍ଷ ପୁରି ଯାଇଥିଲେ ମଧ୍ୟ ଫିଲ୍ମକୁ ମିଳୁଛି ଅଶେଷ ଭଲପାଇବା । ଏହି ଭଲପାଇବାକୁ ଦୃଷ୍ଟିରେ ରଖି ସିଙ୍ଗାପୁର ଶା ଥିଏଟର, ପାୟା ଲେବର କ୍ବାର୍ଟରରେ ଫେବୃଆରୀ ୨୨ ତାରିଖରେ ଏକ ବିଶେଷ ସ୍କ୍ରିନିଂର ଆୟୋଜନ କରାଯାଇଛି । ଏତେ ମାତ୍ରାରେ ଭଲ ପାଇବା ଦେବା ସହିତ ଫିଲ୍ମର ଯାତ୍ରାରେ ଦୀର୍ଘ ଦିନ ହୋଇ ଯୋଡି ରହିଥିବାରୁ ଓଡ଼ିଆ ସିନେପ୍ରେମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଫିଲ୍ମ ମେକର୍ସ ।