ମହାକୁମ୍ଭକୁ ନେଇ ବଢିଲା ରାଜନୀତି

0

ନୂଆଦିଲ୍ଲୀ (ଆମ ଟିଭି): ମହାକୁମ୍ଭ ହୋଇଯାଇଛି ମୃତ୍ୟୁକୁମ୍ଭ ! ମହାକୁମ୍ଭରେ ପରିଚାଳନାଗତ ତ୍ରୁଟିକୁ ଦେଖାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ମୃତ୍ୟୁକୁମ୍ଭ କହିଛନ୍ତି । ଏହାସହ ଦଳାଚକଟାରେ ମୃତ୍ୟୁ ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରିଛନ୍ତି । କେବଳ ମମତା ବାନାର୍ଜୀ ନୁହନ୍ତି ମହାକୁମ୍ଭକୁ ନେଇ ଲାଲୁପ୍ରସାଦ ଯାଦବ ହୁଅନ୍ତୁ କି ଅଖିଳେଶ ଯାଦବ କିମ୍ବା ମଲ୍ଲିକାର୍ଜୁନ ଖଡଗେ, ବୟାନବାଜିକୁ ନେଇ ସରଗରମ ହୋଇଛି ରାଜନୀତି । ଧାର୍ମିକ ଆୟୋଜନ ରାଜନୈତିକ ଆରୋପ ପ୍ରତ୍ୟାରୋପର ମଞ୍ଚ ପାଲଟିଥିବା ବେଳେ ବିରୋଧୀ ଶସ୍ତା ରାଜନୀତି କରୁଥିବା ବିଜେପି କହିଛି ।

ମହାକୁମ୍ଭକୁ ନେଇ କ’ଣ କହିଲେ ମମତା?

ମହାକୁମ୍ଭ ଏବେ ମୃତ୍ୟୁକୁମ୍ଭରେ ପରିଣତ ହୋଇଛି । ସେ ମହାକୁମ୍ଭର ସମ୍ମାନ କରନ୍ତି, ଗଙ୍ଗା ମାଆଙ୍କ ସମ୍ମାନ କରନ୍ତି । ତେବେ ପୂର୍ବ ପ୍ରସ୍ତୁତି ଅଭାବରୁ ସେଠାରେ ଏତେ ଲୋକଙ୍କ ମୃତ୍ୟୁ ହେଲା । କେତେ ଶବକୁ ନଦୀରେ ବହାଇ ଦିଆଗଲା । ଧନୀ ଓ ଭିଆଇପିଙ୍କ ପାଇଁ ଏକଲକ୍ଷ ଟଙ୍କାର କ୍ୟାମ୍ପ, ହେଲେ ଗରିବଙ୍କ ପାଇଁ କୌଣସି ସୁବିଧା ନାହିଁ । ମେଳାରେ ଦଳାଚକଟା ସ୍ଥିତି ଉପୁଜିବା ସାଧାରଣ କଥା, ହେଲେ ଏଥିପାଇଁ ପୂର୍ବ ପ୍ରସ୍ତୁତି ଦରକାର । ମହାକୁମ୍ଭରେ ଅଘଟଣ ପରେ କେତେଟା କମିଶନ ପଠାଇଥିଲେ ବୋଲି ୟୁପି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ମମତା । ପଶ୍ଚିମବଙ୍ଗ ବିଧାନସଭାରେ ବଜେଟ୍ ଅଧିବେଶନକୁ ସମ୍ବୋଧନ କରିବା ବେଳେ ମମତାଙ୍କ ଏହି ବୟାନକୁ ନେଇ ବିବାଦ ବଢିଛି । ବିନା ଅଟୋପ୍ସି ଓ ଡେଥ୍ ସାର୍ଟିଫିକେଟରେ ପଶ୍ଚିମବଙ୍ଗକୁ ମୃତଦେହ ପଠାଯାଇଥିବା ସେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.