ନୂଆଦିଲ୍ଲୀ(ଆମ ଟିଭି): ରାଷ୍ଟ୍ରପତିଙ୍କୁ ଭେଟିଲେ ସୋନିଆ । ଆଜି ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ସୋନିଆ ଗାନ୍ଧି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ରାଷ୍ଟ୍ରପତିଙ୍କ ସହ ସୋନିଆଙ୍କ ଏହି ସାକ୍ଷାତ ଆଲୋଚନାକୁ କଂଗ୍ରେସ ଏକ ଶିଷ୍ଟାଚାର ଏବଂ ଔପଚାରିକ ସାକ୍ଷାତ ଆଲୋଚନା ବୋଲି କହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ଟିପଣୀ ଓ ଏହାକୁ ନେଇ ରାଜନୈତିକ ଆରୋପ ଓ ପ୍ରତ୍ୟାରୋପ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି।
President, Indian National Congress Sonia Gandhi called on President Droupadi Murmu at Rashtrapati Bhavan pic.twitter.com/zzU9XTUUq2
— President of India (@rashtrapatibhvn) August 23, 2022
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୨୫ ତାରିଖ ଦିନ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ଦେଶର ଶୀର୍ଷ ସାମ୍ବିଧାନିକ ପଦରେ ଅଧିଷ୍ଠିତ ହେବାରେ ମୁର୍ମୁ ସର୍ବ କନିଷ୍ଠ ତଥା ପ୍ରଥମ ଆଦିବାସୀ ଓ ମହିଳା। ସେ ଏପରି ଜଣେ ରାଷ୍ଟ୍ରପତି ଯିଏ ଦେଶ ସ୍ୱାଧୀନ ହେବା ପରେ ଜନ୍ମ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସର ଲୋକସଭା ନେତା ଅଧିର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତିଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ଜୋରଦାର ବିବାଦ ହୋଇଥିଲା।