ମାର୍ଚ୍ଚ ୧୬ ରୁ ଜୀ ସାର୍ଥକର ଲୋକପ୍ରିୟ ରିୟାଲିଟି ଶୋ ‘ରଜ କୁଇନ୍’ ର ଅଡିସନ୍, ଓଡିଶାର ସମସ୍ତ ବଡ ସହରରେ ଆରମ୍ଭ ହେବାକୁ ଯାଉଛି

0

ଓଡିଶାର ନମ୍ବର ୧ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି । ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭେଟି ଦେଇଛି ଜୀ ସାର୍ଥକ । ଯେଉଁଥିରେ ଓଡିଆ ଜାତି ଓ ଓଡିଶାର ପ୍ରଥା ପରମ୍ପରାକୁ ଅତି ନିଖୁଣ ଭାବେ ଦେଖି ଦର୍ଶକେ ଉପଭୋଗ କରିପାରନ୍ତି । ଯାହାପାଇଁ ଚ୍ୟାନେଲକୁ ମିଳିଛି ଅଗଣିତ ଦର୍ଶକଙ୍କ ଦ୍ବାରା ଅଶେଷ ଭଲପାଇବା ।
ଅଭିନେତ୍ରୀ ହେବାର ସ୍ବପ୍ନ ଦେଖିଥିବା ଝିଅଙ୍କ ପାଇଁ ପୁଣି ଆସିଛି ଓଡିଶାର ନମ୍ବର ୧ ରିଆଲିଟି ସୋ ‘ରଜ କୁଇନ୍’। ବିଗତ ୧୩ ବର୍ଷ ଧରି ଏହି ସୋ ଇଣ୍ଡଷ୍ଟ୍ରିକୁ ଅନେକ ବଛା ବଛା ଟ୍ୟାଲେଣ୍ଟେଡ ଅଭିନେତ୍ରୀ ଦେଇ ସାରିଛି। ସବୁ ବର୍ଷ ଅନେକ ଆଶାୟୀ ପ୍ରାର୍ଥୀ ଏହି ସୋ ରେ ଭାଗ ନେବାକୁ ଚାହିଁ ରହିଥାନ୍ତି। ତେବେ ଚଳିତ ବର୍ଷ ମଧ୍ୟ ବଡ଼ ଧୁମଧାମ ସହିତ ଓଡିଶା ସମସ୍ତ ବଡ ସହରରେ ‘ରଜ କୁଇନ୍’ ର ଅଡିସନ୍ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ୧୩ ତମ ‘ରଜ କୁଇନ୍’ ପାଇଁ ଅଡିସନ୍ ମାର୍ଚ୍ଚ ୧୬ରୁ ଆରମ୍ଭ ହେବ। ଯାହା ମାର୍ଚ୍ଚ ୧୬ ତାରିଖରେ ଜଗତସିଂହପୁର ଓ ଯାଜପୁର, ମାର୍ଚ୍ଚ ୨୨ ତାରିଖରେ ଢେଙ୍କାନାଳ ଓ ପୁରୀ, ମାର୍ଚ୍ଚ ୨୩ ରେ ଭୁବନେଶ୍ବର, ମାର୍ଚ୍ଚ ୨୯ ରେ ବାଲେଶ୍ୱର ଓ କେଉଁଝର, ମାର୍ଚ୍ଚ ୩୦ ରେ ରାଉରକେଲା ଓ ଭଦ୍ରକ, ଏପ୍ରିଲ ୧ ତାରିଖରେ ଅନୁଗୁଳ ଓ ଏପ୍ରିଲ ୬ ତାରିଖରେ କଟକରେ ସହରରେ ଅନୁଷ୍ଠିତ ହେବ । ୧୫ରୁ ୨୫ ବର୍ଷ ମଧ୍ୟର ଆଶାୟୀ ପ୍ରାର୍ଥୀ ଅଡିସନ୍ ଦେଇ ଅଭିନେତ୍ରୀ ହେବାର ଦେଖିଥିବା ସ୍ବପ୍ନକୁ ପୁରା କରିପାରିବେ ତେବେ ଡେରି କାହିଁକି ପ୍ରସ୍ତୁତ ହେଇଯାଆନ୍ତୁ, ଖୁବ ଶୀଘ୍ର ଆସୁଛି ଆପଣଙ୍କ ପାଖକୁ ଅଡିସନ୍ ପାଇଁ ୧୩ତମ ‘ରଜ କୁଇନ୍’।

ଏପ୍ରିଲ ୧୯ ତାରିଖରୁ ପ୍ରତି ଶନିବାର ଓ ରବିବାର ରାତି ୯.୩୦ ମିନିଟରେ କେବଳ ଜୀ ସାର୍ଥକରେ ପ୍ରସାରଣ ହେବାକୁ ଯାଉଛି ‘ରଜ କୁଇନ୍’ । ତେବେ କିଏ ହେବ ଚଳିତ ସିଜନର ରଜ କୁଇନ୍ ? ଜାଣିବାକୁ ଏହି ଯାତ୍ରା ସହ ଯୋଡ଼ି ହେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ।

Leave A Reply

Your email address will not be published.