ଆଧାର ସହ ଲିଙ୍କ ହେବ ଭୋଟର କାର୍ଡ, ଖୁବଶୀଘ୍ର ନିଷ୍ପତ୍ତି…

0

ନୂଆଦିଲ୍ଲୀ (ଆମ ଟିଭି): ଆଧାର ସହ ଲିଙ୍କ ହେବ ଭୋଟର କାର୍ଡ। ନକଲି ଭୋଟିଂକୁ ରୋକିବା ପାଇଁ ଏହା ସହାୟକ ହେବ ବୋଲି କୁହାଯାଉଛି। ମଙ୍ଗଳବାର ଦିନ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଜୋଶୀଙ୍କ ସହ କେନ୍ଦ୍ର ଗୃହ ସଚିବ, ଆଇନ ମନ୍ତ୍ରଣାଳୟର ସଚିବ, ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ, UIDAIର ସିଇଓ ଏବଂ ନିର୍ବାଚନ କମିଶନର ବୈଷୟିକ ବିଶେଷଜ୍ଞଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ସମ୍ବିଧାନର ଧାରା ୩୨୬ ଅନୁଯାୟୀ ଭୋଟର କାର୍ଡକୁ ଆଧାର ସହିତ ଲିଙ୍କ୍ କରାଯିବ।

ଉକ୍ତ ବୈଠକରେ ନକଲି ଭୋଟିଂକୁ ରୋକିବା ପାଇଁ ଭୋଟର କାର୍ଡକୁ ଆଧାର ସହିତ ଲିଙ୍କ୍ କରିବା କଥା ଉଠାଯାଇଥିଲା। ସୁପ୍ରିମକୋର୍ଟଙ୍କ ରାୟ ଏବଂ ଜନପ୍ରତିନିଧି ଆଇନର ଧାରା 23(4), 23(5) ଏବଂ 23(6) ର ବ୍ୟବସ୍ଥା ଅନୁଯାୟୀ ଏହି ପ୍ରକ୍ରିୟା ଆରମ୍ଭ ହେବ। ସମ୍ବିଧାନର ଧାରା ୩୨୬ ଅନୁଯାୟୀ, ଭାରତୀୟ ମାନଙ୍କୁ ହିଁ ଭୋଟ ଦେବାର ଅଧିକାର ଅଛି। ଅପରପକ୍ଷରେ ଆଧାର କେବଳ ପରିଚୟ ପତ୍ର ଅଟେ।

ତେବେ ନକଲି ଭୋଟର ପରିଚୟପତ୍ର ସମସ୍ୟାର ସମାଧାନ ପାଇଁ ଏହି ପ୍ରୟାସ କରାଯାଇଛି। ଭୋଟର ପରିଚୟପତ୍ରକୁ ଆଧାର ସହିତ ସଂଯୋଗ କରି ଏହି ସମସ୍ୟାର ସମାଧାନ କରାଯାଇପାରିବ ବୋଲି କମିଶନ କହିଛନ୍ତି। ୨୦୨୧ ମସିହାରେ, ଜନପ୍ରତିନିଧି ଆଇନ ୧୯୫୧ କୁ ସଂଶୋଧନ କରି, ଭୋଟର ପରିଚୟପତ୍ର ସହିତ ଆଧାରକୁ ଲିଙ୍କ୍ କରିବାକୁ ମତ ଦେଇଥିଲେ। ଯାହାକି ୨୦୨୨ ମସିହାରେ କାର୍ଯ୍ୟକାରୀ ହୋଇଥିଲା। ତେବେ ସେତେବେଳେ ନିର୍ବାଚନ କମିଶନ ଏହି ସବୁ ପ୍ରକ୍ରିୟାକୁ ସ୍ୱେଚ୍ଛାକୃତ କରିଦେଇଥିଲେ। କିନ୍ତୁ ଯଦି ବର୍ତ୍ତମାନ ଏହା କାର୍ଯ୍ୟକାରୀ କରାଯାଏ ତାହେଲେ ଏହା ବାଧ୍ୟତାମୂଳକ ହେବ ଓ ଏହିସବୁ ସୂଚନା ଭୋଟର କାର୍ଡର ଆବେଦନ ଫର୍ମରେ ଦିଆଯିବ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଫର୍ମରେ ଏପରି କୌଣସି ସୂଚନା ଦିଆଯାଇ ନାହିଁ।

Leave A Reply

Your email address will not be published.