ୟୁଟ୍ୟୁବର ତପି ମିଶ୍ର ଗିରଫ

0

ୟୁଟ୍ୟୁବର ସରୋଜ ମିଶ୍ର(ତପି)ଙ୍କୁ ବୁଧବାର ଗିରଫ କରିଛି ପୋଲିସ। ତପି ସବୁବେଳେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିଲେ। ଏନେଇ ଅଭିଯୋଗ ହେବାରୁ ଇନ୍‌ଫୋସିଟି ଥାନା ପୋଲିସ ତାଙ୍କୁ ଗିରଫ କରିଛି।

ସୂଚନାରୁ ପ୍ରକାଶ ଯେ, ୨୦୨୩ରେ ଲେଖିକା ବନସ୍ମିତା ପତିଙ୍କୁ ଓଡ଼ିଆ ପୁସ୍ତକ ‘ଅଗ୍ନି ପରୀକ୍ଷା’ରେ ପ୍ରକାଶିତ ସଂସ୍କୃତ ଶିବ ତାଣ୍ଡବର ଓଡ଼ିଆ ଅନୁବାଦକୁ ନିଜର ଲେଖା କହି ତପି ମିଶ୍ର ଅନେକ ଦିନ ହେବ ବିବାଦରେ ଫସି ରହିଥିଲେ। ପ୍ରମାଣପତ୍ର ସହିତ ପ୍ରକାଶକ , ଲେଖିକା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କପି ରାଇଟ୍ସ ଅଭିଯୋଗ ତାଙ୍କ ନାମରେ ଥିବା ବେଳେ ସେ ସବୁବେଳେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିଲେ। ଏପରିକି ସେ ବନସ୍ମିତାଙ୍କୁ ନାନା ଟ୍ରୋଲ କରୁଥିଲେ ସୋସିଆଲ ମିଡିଆରେ। ଏନେଇ ବନସ୍ମିତା ଗତ ୧୭ ତାରିଖରେ ଇନଫୋସିଟି ଥାନାରେ ଏତଲା ଦେଇଥିଲେ। ଏହାକୁ ଭିତ୍ତିକରି ପୋଲିସ ଆଜି ତପିଙ୍କୁ ଗିରଫ କରିଛି

 

Leave A Reply

Your email address will not be published.