ପୁରୀ ଷ୍ଟେସନ ନାମ ଶ୍ରୀଜଗନ୍ନାଥ ଧାମରେ ନାମିତ ହେଉ, ସଂସଦରେ ଦାବୀ କଲେ ଶୁଭାଶୀଷ ଖୁଣ୍ଟିଆ

0

ନୂଆଦିଲ୍ଲୀ(ଆମ ଟିଭି): ପୁରୀ ହେଉଛି ବିଶ୍ବର ଆଧ୍ୟାତ୍ମିକ କ୍ଷେତ୍ରର ପ୍ରମୁଖ କେନ୍ଦ୍ର। ଦେଶର ଚାରି ଧାମ ମଧ୍ୟରୁ ପୁରୀ ହେଉଛି ଅନ୍ୟତମ ଧାମ। ପ୍ରଭୃ ଜଗନ୍ନାଥ ହେଉଛନ୍ତି ବିଶ୍ବର ଦେବତା। ଏହି ଭାବନାକୁ ଦୃଷ୍ଟିରେ ରଖି ପୁରୀ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରାଯାଉ। ଏହାକୁ ଶ୍ରୀଜଗନ୍ନାଥ ଧାମ ନାମରେ ନାମିତ କରାଯାଉ। ଏହିପରି ଦାବୀ କରିଛନ୍ତି ବିଜେଡି ସାଂସଦ ଶୁଭାଶୀଷ ଖୁଣ୍ଟିଆ।

ବୁଧବାର ଦିନ ରାଜ୍ୟ ସଭାରେ ସେ ଏହି ଦାବୀ ଆଗତ କରି ରେଳ ବିଭାଗ ପଦକ୍ଷେପ ଗ୍ରହଣ କରୁ ବୋଲି ଅନୁରୋଧ କରିଛନ୍ତି। ତେବେ ପୂର୍ବରୁ ମଧ୍ୟ ପୁରୀର ନାମ ପରିବର୍ତ୍ତନ କରିବା ପାଇଁ ବିଭିନ୍ନ ମହଲରେ ଦାବୀ ହୋଇ ଆସୁଛି। ଏହାକୁ ଶ୍ରୀଜଗନ୍ନାଥ ଧାମ କରାଯାଉ ବୋଲି ଦାବୀ କରାଯାଉଛି। ତେବେ ଏହା କାର୍ଯ୍ୟକାରୀ ନ ହେଲେ ମଧ୍ୟ କେହି ବିରୋଧ କରୁଥିବାର ପରିଲକ୍ଷିତ ହୋଇ ନାହିଁ।

Leave A Reply

Your email address will not be published.