କଟକ (ଆମ ଟିଭି): ହାଇକୋର୍ଟରେ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ । ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଆଜି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଶ୍ରୀମନ୍ଦିର ସୁରକ୍ଷା ପାଇଁ କେଉଁ ପ୍ରକାରର ପଦକ୍ଷେପ ନିଆଯାଇଛି ? ଜଗମୋହନ ସମେତ ଅନ୍ୟାନ୍ୟ ମରାମତି କାର୍ୟ୍ୟର ସ୍ଥିତି କଣ ଅଛି ? ମନ୍ଦିର ସୁରକ୍ଷାକୁ ନେଇ ଆଉ କଣ କରାଯାଇପାରିବ ? କ୍ଷେତ୍ର ପରିଦର୍ଶନ କରି ସେ ସମ୍ପର୍କିତ ବିସ୍ତୃତ ବିବରଣୀ ପ୍ରସ୍ତୁତ କରିବା ପାଇଁ କୋର୍ଟମିତ୍ର ବା ଆମିକସକ୍ୟୁରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହା ବ୍ୟତୀତ କୋଣାର୍କ ମନ୍ଦିରର ବାସ୍ତବ ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବା ଲାଗି ଆମିକସକ୍ୟୁରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଶ୍ରୀମନ୍ଦିର ଜଗମୋହନ ମରାମତି ଏବଂ କୋଣାର୍କ ମନ୍ଦିର ସୁରକ୍ଷା ସମ୍ପର୍କରେ ଦାୟର ହୋଇଥିବା ଦୁଇଟି ଭିନ୍ନ ଭିନ୍ନ ମାମଲାର ଏକତ୍ର ଶୁଣାଣୀ କରିଛନ୍ତି ହାଇକୋର୍ଟ । ଶ୍ରୀମନ୍ଦିର ଜଗମୋହନ ସମେତ ଅନେକ ପାର୍ଶ୍ଵ ମନ୍ଦିର ଗୁଡ଼ିକର ମରାମତି ଆବଶ୍ୟକ ହେଉଥିବା ବେଳେ ଏସବୁର ଉପଯୁକ୍ତ ରକ୍ଷଣା ବେକ୍ଷଣ କରାଯାଉନଥିବା ଅଭିଯୋଗ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ଯାହାର ଶୁଣାଣି କରିଛନ୍ତି ମାନ୍ୟବର କୋର୍ଟ ।