ଆସନ୍ତା ୨୭ ତାରିଖରେ ବିଧାନସଭା ଘେରିବ କଂଗ୍ରେସ, ଜାଣନ୍ତୁ କଣ ରହିଛି କାରଣ?

0

ଭୁବନେଶ୍ୱର (ଆମ ଟିଭି): ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ବିରୁଦ୍ଧରେ ପିସିସି  ଆସନ୍ତା ୨୭ ତାରିଖ ଦିନ ବିଧାନସଭା ଘେରାଉ କରିବ କଂଗ୍ରେସ। ଏହାର ନେତୃତ୍ବ ନେବେ ସଭାପତି ଶ୍ରୀ ଭକ୍ତ ଚରଣ ଦାସ। ତାଙ୍କ ଆହ୍ଵାନରେ ଏବଂ ନେତୃତ୍ୱରେ ରାଜ୍ୟର ସମସ୍ତ ଜିଲ୍ଲାରୁ ବହୁ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ସାମିଲ ହେବେ।ଏଥିନେଇ ରାଜ୍ୟର ସମସ୍ତ ଜିଲ୍ଲା ପ୍ରସ୍ତୁତି ବୈଠକ କରାଯାଇଛି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ।

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ କହିଥିଲେ କି ବିଧାନସଭା ଘେରାଉ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ପ୍ରଭାରୀ ମହମ୍ମଦ ଇମଦାଦଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ଭୁବନେଶ୍ଵରର ବହୁ କଂଗ୍ରେସ କର୍ମୀ,ନେତୃବୃନ୍ଦ,ଶୁଭେଚ୍ଛୁ ଯୋଗଦେଇ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ବାବଦରେ ହୋଇଥିବା ଆଲୋଚନାରେ ଅଂଶ ଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ।

ଆଜିର ସାମ୍ବାଦିକ ସମ୍ମିଳନୀ ଏବଂ ପ୍ରସ୍ତୁତି ବୈଠକରେ ଡ଼ ଦେବାଶିଷ ପଟ୍ଟନାୟକ,ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ ଙ୍କ ସମେତ ଜିଲ୍ଲା ପ୍ରଭାରୀ ମହମ୍ମଦ ଇମଦାଦ, ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରଣତି ମିଶ୍ର,ବେଣୁଧର ପାତ୍ର,ବିଧାୟକ ପାର୍ଥି ଅଶୋକ ଦାଶ,ପ୍ରଶାନ୍ତ ଚମ୍ପତି,ପ୍ରକାଶ ଜେନା,ପିସିସି ମୁଖପାତ୍ର ରଜନି କୁମାର ମହାନ୍ତି ,ସୁବ୍ରତ ମହାପାତ୍ର, ଶ୍ରିୟାସ୍ମିତା ପଣ୍ଡା, ଆଶିଷ ମଲ୍ଲିକ,ମିହିର ଆଚାର୍ଯ୍ୟ,ଅକ୍ଷୟ ଦାଶ,ପତିଆ ଜେନା,ଜ୍ୟୋତି ମହାନ୍ତି,ପ୍ରମୁଖ ବହୁ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଉପସ୍ଥିତ ଥିଲେ।

Leave A Reply

Your email address will not be published.