ବିବାହ କରିବା ପରେ ପ୍ରଭୃ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଅଭିନେତା ଅନୁଭବ ମହାନ୍ତି ଏବଂ ଜାଗୃତି

0

ପୁରୀ(ଆମ ଟିଭି): ଆଜି ମହାପ୍ରଭୃ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ନୂଆ ପତ୍ନୀ ଜାଗୃତି ଶୁଳ୍କା। ବିବାହ କରିବା ପରେ ଆଜି ପୁରୀ ଯାଇ ଉଭୟ ମହାପ୍ରଭୃଙ୍କ ଦର୍ଶନ କରିଛନ୍ତି। ଉଭୟ ଦର୍ଶନ କରିବା ପରେ ମହାପ୍ରସାଦ ମଧ୍ୟ ସେବନ କରିଛନ୍ତି।

ମନ୍ଦିର ବାହାରକୁ ଆସିବା ପରେ ଅନୁଭବ କହିଛନ୍ତି ଯେ, ଆମର ଯାହା କିଛି ଶୁଭ କାମ ହୁଏ ତାହା ପ୍ରଭୃ ଶ୍ରୀଜଗନ୍ନାଥଙ୍କଠାରୁ ଆରମ୍ଭ ହୁଏ। ସେଥିପାଇଁ ଆମେ ଉଭୟ ଆସି ତିନି ଠାକୁରଙ୍କୁ ଦର୍ଶନ କଲୁ। ପ୍ରଭୃଙ୍କଠାରୁ ସବୁ କିଛି ଆରମ୍ଭ ହୋଇଛି ଏବଂ ତାଙ୍କରି ପାଖରେ ମଧ୍ୟ ଶେଷ ହେବ।

ସେହିପରି ପତ୍ନୀ ଜାଗୃତି ମଧ୍ୟ ଓଡିଆରେ ନିଜର ମତ ରଖିଥିଲେ। ସେ କହିଥିଲେ ଯେ, ଆଜି ମହାପ୍ରଭୃଙ୍କୁ ଦର୍ଶନ କଲୁ। ବହୁତ ଭଲ ଲାଗିଲା। ମୁଁ ଓଡିଆ କହିବାକୁ ଚେଷ୍ଠା କରୁଛି। ସମସ୍ତଙ୍କର ମଙ୍ଗଳ ହେଉ ବୋଲି ପ୍ରାର୍ଥନା କଲି।

Leave A Reply

Your email address will not be published.