ଚାକିରି ଛାଡ଼ିଲେ ସୁଜାତା : ଏବେ ରାଜନୀତି କରିବେ କି ?
ଆଇଏଏସ୍ ଚାକିରି ଛାଡ଼ିଲେ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ୍ । ସ୍ବାମୀ ଭିକେ ପାଣ୍ଡିଆନ ଯେଉଁ ରାସ୍ତାରେ ଯାଇଥିଲେ ସ୍ତ୍ରୀ ସୁଜାତା ବି ସେହି ରାସ୍ତାରେ ଯାଉଥିବା ଚର୍ଚ୍ଚା ହେଉଛି । ହେଲେ ହଠାତ୍ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ପୂରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି କି ଚାକିରି ଛାଡ଼ିବାର କାରଣ ହେଉଛି ଛୁଟି । ବିଜେଡି ହାରିବା ପରେ ସୁଜାତା ୬ ମାସ ଛୁଟିରେ ଯାଇଥିଲେ । ପରେ ପରେ ପୁଣି ଥରେ ୬ ମାସ ଛୁଟି ପାଇଁ ଆବେଦନ କରିଥିଲେ ମୋହନ ସରକାରକୁ । ହେଲେ ସରକାର ଛୁଟି ଆବେଦନକୁ ଗ୍ରହଣ ନକରିବା ପରେ କାର୍ଯ୍ୟରେ ଯୋଗ ଦେଇଥିଲେ । ଅବଶ୍ୟ ସେ ବେଶି ଦିନ ଚାକିରି କରିବେ ନାହିଁ ବୋଲି ଚର୍ଚ୍ଚା ହେଉଥିଲା…ଆଉ ଏବେ ସେହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।
ପାଣ୍ଡିଆନଙ୍କ ରାସ୍ତାରେ ଯାଉଛନ୍ତି କି ସୁଜାତା
ସିଏ ବି ଅଧାରୁ ଚାକିରି ଛାଡ଼ିଥିଲେ
ସୁଜାତା ବି ଚାକିରି ଛାଡ଼ିଲେ ?
ଏବେ ଦୁହେଁ କରିବେ କ’ଣ ?
କାହିଁକି ଚାକିରି ଛାଡ଼ିଲେ ସୁଜାତା ?
ସୁଜାତାଙ୍କ ସ୍ବେଚ୍ଛାକୃତ ଅବସର
କେନ୍ଦ୍ର ଦେଲା ମଂଜୁରୀ !
ସ୍ବେଚ୍ଛାକୃତ ଚାକିରି ଛାଡ଼ିବା ନେଇ ନିଷ୍ପତ୍ତି ନେବା ପରେ ଏନେଇ ଆବେଦନ କରିଥିଲେ ସୁଜାତା । ଯାହାକୁ କେନ୍ଦ୍ର ସରକାର ମଂଜୁରୀ ଦେଇଥିବା ସୂଚନା ମିଳିଛି । ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାପଡ଼ିଛି । ୨୦୦୦ ବ୍ୟାଚର ଆଇଏଏସ ଅଫିସର ସୁଜାତା କାର୍ତ୍ତିକେୟନ । ସୁଜାତା କାର୍ତ୍ତିକେୟନ୍ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଥିବା ଆଇଏଏସ୍ ଅଧିକାରୀ । ବିଜେଡି ସରକାରରେ ମିଶନ ଶକ୍ତିର ସଚିବ ଥିଲେ । ହେଲେ ସ୍ବାମୀଙ୍କ ପାଇଁ ସେ ବିବାଦୀୟ ଥିଲେ । ବିରୋଧୀଙ୍କ ଅଭିଯୋଗ ଥିଲା କି, ସରକାରୀ ଅଧିକାରୀ କମ୍ ବରଂ ଦଳୀୟ ଅଧିକାରୀ ଭାବରେ ସୁଜାତା କାମ କରୁଥିଲେ । ଖାଲି ଏତିକି ନୁହେଁ, ନିର୍ବାଚନରେ ସେ କୁଆଡ଼େ ପ୍ରାର୍ଥୀ ହେବେ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ବୋଲି କିଛି ସମୟ ଲାଗି ଓଡ଼ିଶାରେ ଭାରି ଚର୍ଚ୍ଚା ହେଉଥିଲା । କିନ୍ତୁ ନିର୍ବାଚନ ଅଧିକାରୀଙ୍କ ପାଖରେ ବିରୋଧୀ ଅଭିଯୋଗ କରିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ମିଶନ ଶକ୍ତିରୁ ଅର୍ଥ ବିଭାଗକୁ ତାଙ୍କର ବଦଳି ହୋଇଥିଲା । ଏହାରି ଭିତରେ ସରକାର ବଦଳିଗଲା ଏବଂ ଛୁଟି ସରିଗଲା ।