ଗୋଟିଏ ଘଣ୍ଟାରେ ୨ଥର ଥରିଲା ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ରହିଛି…

0

ତାଜିକିସ୍ତାନ (ଆମ ଟିଭି): ରବିବାର ତାଜିକିସ୍ତାନରେ ଗୋଟିଏ ଘଣ୍ଟା ମଧ୍ୟରେ ୨ଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଯାହା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ପ୍ରଥମ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରେକର୍ଡ କରାଯାଇଥିଲା, ଯାହାକୁ ବହୁତ ଶକ୍ତିଶାଳୀ ବୋଲି କୁହାଯାଉଛି। ଭୂକମ୍ପର ଝଟ୍‌କା ଅନୁଭୂତ ହେବା ମାତ୍ରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ତଥାପି କୌଣସି ବଡ଼ କ୍ଷୟକ୍ଷତି କିମ୍ବା ଜୀବନହାନି ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।

ଭୂମ୍ପର କେନ୍ଦ୍ରସ୍ଥଳ ତାଜିକିସ୍ତାନର ପାର୍ବତ୍ୟାଞ୍ଚଳ ବୋଲି କୁହାଯାଉଛି। ବାରମ୍ବାର ଭୂକମ୍ପର ଝଟ୍‌କା ଲୋକଙ୍କୁ ଚିନ୍ତାରେ ପକାଇଛି। ଶନିବାର ୧୨:୩୦ ସମୟରେ ତାଜିକିସ୍ତାନରେ ୪.୨ ତୀବ୍ରତାର ଏକ ଭୂକମ୍ପ ମଧ୍ୟ ଅନୁଭୂତ ହୋଇଥିଲା। ଗତକାଲି ହୋଇଥିବା ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ-ତାଜିକିସ୍ତାନ ସୀମାରେ ଥିଲା। ଆଜିର ଭୂକମ୍ପରେ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ଖବର ନାହିଁ। ୨୪ ଘଣ୍ଟା ମଧ୍ୟରେ ଦୁଇଟି ଭୂକମ୍ପ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

Leave A Reply

Your email address will not be published.