ଏକ୍ସ-ରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ନିଖୋଜ’ ଫଟୋ ହଟାଇଲା କଂଗ୍ରେସ, କଡ଼ା ସମାଲୋଚନା କରିଥିଲା ବିଜେପି

0

ନୂଆଦିଲ୍ଲୀ (ଆମ ଟିଭି): ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ବିରୋଧୀ ନିଶ୍ଚିତ ଭାବେ ସରକାରଙ୍କ ସହ ଛିଡା ହୋଇଛନ୍ତି, କିନ୍ତୁ ସେପଟେ ମଧ୍ୟ ସମାଲୋଚନା କରିବାକୁ କଂଗ୍ରେସ ପଛାଉ ନାହିଁ। ମଙ୍ଗଳବାର ଦିନ କଂଗ୍ରେସ ‘X’ ରେ ଏକ ମୁଣ୍ଡବିହୀନ ଫଟୋ ପୋଷ୍ଟ କରିଛି। ଏହା ସହିତ ଦାୟିତ୍ଵ ସମୟରେ ସେ ନିଖୋଜ ଥିବା ମଧ୍ୟ ଲେଖାଯାଇଛି। ଏହି ଚିତ୍ର ପିଏମ ମୋଦୀଙ୍କ ପୋଷାକ ସହିତ ମେଳ ଖାଉଛି। ଏହା ଉପରେ ରାଜନୈତିକ ଉତ୍ତେଜନା ଆରମ୍ଭ ହେବା ପରେ କଂଗ୍ରେସ ଏହାକୁ ଏକ୍ସରୁ ହଟାଇ ଦେଇଛି। ସୂଚନାନୁସାରେ, ଏହି ଫଟୋ ହଟାଇବାକୁ କଂଗ୍ରେସ ସୋସିଆଲ ମିଡିଆ ମୁଖ୍ୟ ସୁପ୍ରିୟା ଶ୍ରୀନେତଙ୍କୁ କୁହାଯାଇଥିଲା। ଏଥି ସହିତ ପାର୍ଟି ଲାଇନଠାରୁ ଭିନ୍ନ ଏଭଳି ବିଷୟବସ୍ତୁ ପୋଷ୍ଟ କରିବାକୁ ଅନୁମତି ଦେଇଥିବାରୁ ନେତୃତ୍ୱ ତାଙ୍କୁ ତାଗିଦ ମଧ୍ୟ କରିଛନ୍ତି।

ବିଜେପିର ସମାଲୋଚନା ପରେ କଂଗ୍ରେସ ଏହି ଫଟୋ ହଟାଇଛି:

କଂଗ୍ରେସର ଏହି ପୋଷ୍ଟ ଉପରେ ବିଜେପି କଂଗ୍ରେସକୁ କଡା ସମାଲୋଚନା କରିଛି। ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିୟ ଟ୍ୱିଟରରେ ଲେଖିଛନ୍ତି ଯେ, “ସାର୍ ତନ୍ ସେ ଜୁଦା” ପ୍ରତିଛବି ବ୍ୟବହାର କରି କଂଗ୍ରେସ ଏଥିରେ କୌଣସି ସନ୍ଦେହ ଛାଡି ନାହିଁ। ଏହା କେବଳ ଏକ ରାଜନୈତିକ ବିବୃତ୍ତି ନୁହେଁ; ମୁସଲିମ ଭୋଟ୍ ବ୍ୟାଙ୍କ ଏବଂ ପିଏମ ମୋଦୀଙ୍କ ବିରୋଧରେ ଏହା ଏକ ଲୁକ୍କାୟିତ ଉତ୍ତେଜନା। କଂଗ୍ରେସ ଏଭଳି ରଣନୀତି ଆପଣେଇବା ପ୍ରଥମ ଘଟଣା ନୁହେଁ।

Leave A Reply

Your email address will not be published.