ରାହୁଲ ଗାନ୍ଧୀଙ୍କ ପିଏ, ସୁରକ୍ଷାକର୍ମୀ ନିଅନ୍ତି ନିଷ୍ପତ୍ତି: ଗୁଲାମନବୀ ଆଜାଦ୍

0

ନୂଆଦିଲ୍ଲୀ (ଆମ ଟିଭି): କଂଗ୍ରେସ ଛାଡ଼ିଲେ ଗୁଲାମନବୀ ଆଜାଦ୍ । ଦୀର୍ଘ ୫୦ ବର୍ଷ ଧରି କଂଗ୍ରେସରେ କାର୍ଯ୍ୟକରିବା ପରେ ଆଜି ସେ ବିଦ୍ଧିବଦ୍ଧଭାବେ କଂଗ୍ରେସ ଛାଡ଼ିଛନ୍ତି । ଦଳରୁ ଯିବା ସମୟରେ ସେ ଦଳର ଅନେକ ଭିତିରି କଥା କହିଯାଇଛନ୍ତି। ଗୁଲାମନବି ପାର୍ଟି ଉପରେ ବମ୍ ଭଳି ୫ଫର୍ଦର ଇସ୍ତଫା ପତ୍ର ପକାଇଛନ୍ତି। ଏଥିରେ ଗୁଲାମ ନବୀ ଆଜାଦ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦଳ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଆଜି ଦଳର ଏଭଳି ପରିସ୍ଥିତି ପାଇଁ ସେ ରାହୁଲଙ୍କୁ ଦୋଷି ବୋଲି କହିଛନ୍ତି। ସେ ଆଜି ପ୍ରାଥମିକ ସଦସ୍ୟତା ଏବଂ ଦଳର ସମସ୍ତ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ଆହୁରି ଅନେକ ଗୁରୁତ୍ତର ଅଭିଯୋଗ ଗୁଲାମ ରାହୁଲଙ୍କ ଉପରେ ଲଗାଇଚନ୍ତି।

ଚିଠିରେ ଗୁଲାମ ନବୀ ଆଜାଦ କ’ଣ କହିଥିଲେ?
ରାହୁଲ ଗାନ୍ଧୀ ଦଳର ପରାମର୍ଶଦାତା ବ୍ୟବସ୍ଥାକୁ ନଷ୍ଟ କରିଛନ୍ତି।ବରିଷ୍ଠ ତଥା ଅଭିଜ୍ଞ ନେତାମାନଙ୍କୁ କଣଠେସା କରିଥିଲେ। ଅନଭିଜ୍ଞ ଚାପଲୁସୀମାନଙ୍କୁ ମଣ୍ଡଳିରେ ବଡ଼ ଦାୟିତ୍ୱ ଦିଆଗଲା। ଅଧ୍ୟାଦେଶକୁ ଚିରିବା ରାହୁଲ ଗାନ୍ଧୀଙ୍କ ଅପରିପକ୍ୱତାର ଏକ ଉଦାହରଣ ଥିଲା। ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦର ସମ୍ମାନକୁ ମଧ୍ୟ ଆଘାତ ଦେଇଛନ୍ତି। ୨୦୧୪ ରେ କଂଗ୍ରେସର ପରାଜୟ ପାଇଁ ଏହି ଗୋଟିଏ କାର୍ୟ୍ୟ ଦାୟୀ। ଏପରି ଅନେକ ଅଭିଯୋଗ ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ।

 

Leave A Reply

Your email address will not be published.