ଦିଲ୍ଲୀ-ପଞ୍ଜାବ ମ୍ୟାଚ୍ ଅଧାରୁ ବନ୍ଦ: ଜାଣନ୍ତୁ ଏହା ପଛର କାରଣ
ଧର୍ମଶାଳାରେ ଗୁରୁବାର ଖେଳାଯାଉଥିବା ପଞ୍ଜାବ କିଙ୍ଗ୍ସ(ପିବିକେଏସ୍) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଅଧାରୁ ବନ୍ଦ ହୋଇଯାଇଛି। ମ୍ୟାଚ୍କୁ ସୁରକ୍ଷାଗତ କାରଣରୁ ଅଧାରୁ ବାତିଲ କରି ଦିଆଯାଇଥିବା ସୂଚନା ଦିଆଯାଇଛି। ଷ୍ଟାଡିୟମର ସମସ୍ତ ଲାଇଟ ବନ୍ଦ କରାଯାଇଥିବା ବେଳେ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି।
ବର୍ଷା ଯୋଗୁ ୧ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିବା ମ୍ୟାଚ୍ରେ ମାତ୍ର ୧୦.୧ ଓଭର ପର୍ଯ୍ୟନ୍ତ ଖେଳାଯାଇଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ମ୍ୟାଚ୍ ବାଧାପ୍ରାପ୍ତ ହେଲା ବେଳକୁ ୧ ଉଇକେଟ ହରାଇ ୧୨୨ ରନ କରିଥିଲା। ପ୍ରଥମେ ଫ୍ଲଡ ଲାଇଟ୍ରେ ଅସୁବିଧା ଥିବା ଦର୍ଶାଇ ମ୍ୟାଚ୍କୁ ବନ୍ଦ କରାଯାଇଥିଲା। ପରେ ଷ୍ଟାଡିୟମର ବଳକା ଥିବା ସମସ୍ତ ଫ୍ଲଡ ଲାଇଟ୍କୁ ବନ୍ଦ କରାଯାଇଥିଲା