ପାକ୍ ଆକ୍ରମଣରେ ପ୍ରଭାବିତ ଗୁରୁଦ୍ୱାର ପରିଦର୍ଶନ କଲେ ଅମିତ ଶାହ, ପୀଡିତ ପରିବାରକୁ ବାଣ୍ଟିଲେ ନିଯୁକ୍ତି ପତ୍ର

0

ଶ୍ରୀନଗର:କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲା ଗସ୍ତ କରିଥିଲେ। ଏହି ଗସ୍ତରେ ସେ ପାକିସ୍ତାନର ଗୁଳିମାଡ଼ ଦ୍ୱାରା ପ୍ରଭାବିତ ଲୋକଙ୍କୁ ଭେଟିଥିଲେ ଏବଂ ପାକିସ୍ତାନର ଆକ୍ରମଣରେ ପ୍ରଭାବିତ ସିଂହ ସଭା ଗୁରୁଦ୍ୱାର ପରିଦର୍ଶନ ମଧ୍ୟ କରି ସେଠାରେ ପୂଜା କରିଥିଲେ। ଏହାପରେ ଗୀତା ଭବନ ମନ୍ଦିର ଯାଇଥିଲେ । ସେଠାରେ ପୂଜାର୍ଚ୍ଚନା କରିଥିଲେ ।

ପୁଞ୍ଚରେ ଅନେକ ଲୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଛି। ଲୋକଙ୍କ ବ୍ୟବସାୟ କ୍ଷତି ସହିଛି। ଜମ୍ମୁ-କାଶ୍ମୀର ସରକାର ଏପରି ଲୋକଙ୍କୁ ସାହାଯ୍ୟ କରିଛନ୍ତି ଏବଂ ଏବେ ଭାରତ ସରକାର ମଧ୍ୟ ସେମାନଙ୍କ ପାଇଁ ଏକ ପ୍ୟାକେଜ୍ ଆଣିବେ ବୋଲି ଶାହ କହିଛନ୍ତି । ଏଥିସହ ଅମିତ ଶାହ ପୁଞ୍ଚର ଲୋକମାନଙ୍କୁ କହିଥିଲେ ଯେ ଆପଣଙ୍କ ପରିବାର ଯେଉଁ କ୍ଷତି ସହିଛି, ସେଥିରେ ସାରା ଦେଶ ଆପଣଙ୍କ ସହିତ ପଥର ପରି ଠିଆ ହୋଇଛି।

Leave A Reply

Your email address will not be published.