ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଜାମିନ ଆବେଦନ ଖାରଜ କଲେ କୋର୍ଟ

0

ନୂଆଦିଲ୍ଲୀ (ଆମ ଟିଭି):  ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ଜ୍ୟୋତିଙ୍କ ଓକିଲ କୁମାର ମୁକେଶ ଜାମିନ ଆବେଦନ କରିଥିଲେ । ଗୁପ୍ତଚର ମାମଲାରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ହିସାର କୋର୍ଟ ।

ସୂଚନାଯୋଗ୍ୟ, ପାକିସ୍ତାନ ପାଇଁ ଗୁପ୍ତଚର କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ରିମାଣ୍ଡରେ ନେଇଥିଲା ପୋଲିସ । ସୋମବାର ତାଙ୍କ ରିମାଣ୍ଡ ଶେଷ ହେବା ପରେ ଏକ କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲା । ୩୩ ବର୍ଷୀୟ ଟ୍ରେଭେଲ ଇନଫ୍ଲୁଏନ୍ସର ଜ୍ୟୋତିଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

ଜ୍ୟୋତି ମାଲହୋତ୍ରାଙ୍କ ତିନୋଟି ମୋବାଇଲ୍ ଏବଂ ଏକ ଲାପଟପ୍, ପୋଲିସ ଫରେନସିକ୍ ପାଇଁ ପଠାଇଥିଲା । ଏହାସହ ଜ୍ୟୋତିଙ୍କ ଚାରୋଟି ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ କରାଯାଇଥିଲା ।

“ଟ୍ରାଭେଲ୍ ୱିଥ୍ ଜୋ” ନାମକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଲାଉଥିବା ହିସାରର ବାସିନ୍ଦା ଜ୍ୟୋତିଙ୍କୁ ନ୍ୟୁ ଅଗରସେନ୍ ଏକ୍ସଟେନସନ୍‌ରୁ ଗିରଫ କରାଯାଇଥିଲା ଏବଂ ତାଙ୍କ ବିରୁଦ୍ଧରେ ସରକାରୀ ଗୁପ୍ତ ଆଇନ (Official Secrets Act) ଏବଂ ଭାରତୀୟ ନ୍ୟାୟ ସଂହିତାର ବ୍ୟବସ୍ଥା ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା ।

Leave A Reply

Your email address will not be published.