ପଥଭ୍ରଷ୍ଟ ନହୋଇ ଯଥାଶୀଘ୍ର ଆନ୍ଦୋଳନରୁ ଓହରିଯିବା ପାଇଁ ଡ୍ରାଇଭରମାନଙ୍କୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ

0

ଭୁବନେଶ୍ଵର(ଆମ ଟିଭି): ଡ୍ରାଇଭରମାନେ ଆନ୍ଦୋଳନ ନାଁରେ ପଥଭ୍ରଷ୍ଟ ନହୋଇ ଯଥାଶୀଘ୍ର ଆନ୍ଦୋଳନରୁ ଓହରିଯିବାକୁ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଅନୁରୋଧ କରିଛନ୍ତି। ଡ୍ରାଇଭର ମହାସଂଘ ସହ ଆଲୋଚନା ସଫଳ ହୋଇଥିବା ବେଳେ ସେମାନଙ୍କର ୭ଦଫା ଦାବିକୁ ପୂରଣ ପାଇଁ ସମସ୍ତ ଚେଷ୍ଟା କରାଯାଉଛି।

ଦାବି ଗୁଡ଼ିକ କିପରି କାର୍ଯ୍ୟକାରୀ ହେବ ସେ ନେଇ ଆଲୋଚନା ମଧ୍ୟ ହୋଇଛି। ମାତ୍ର କିଛି ସଂଗଠନ ଉଦ୍ଦେଶ୍ୟମୂଳକ ଭାବରେ ଆନ୍ଦୋଳନ ଚଳାଇଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି। ତେବେ ରାଜ୍ୟରେ ଗତ ୮ତାରିଖଠାରୁ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି। ଯାହା ଫଳରେ ପରିବହନ ଓ ଗମନାଗମନ କ୍ଷେତ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

Leave A Reply

Your email address will not be published.