ରାହୁଳ ଗାନ୍ଧୀଙ୍କ ପାଖରେ ବସି କଣ କଥା ହେଲେ କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦୋସ

0

ଭୁବନେଶ୍ବର(ଆମ ଟିଭି): ରାହୁଳ ଗାନ୍ଧୀ ଭୁବନେଶ୍ବର ଆସି କଂଗ୍ରେସ କର୍ମିଙ୍କୁ ମନ୍ତ୍ର ଫୁଙ୍କି ଦେଇଗଲେ। ଫଳରେ ବର୍ତ୍ତମାନ କଂଗ୍ରେସ ଶିବିର ବେଶ ଚଳଚଞ୍ଚଳ ହୋଇପଡିଛି। ରାହୁଳ ଗାନ୍ଧୀଙ୍କ ଭାଷଣ ସେମାନଙ୍କୁ ବେଶ ଉତ୍ସାହିତ କରିଛି। ଗତକାଲି ରାହୁଳଙ୍କ ଗସ୍ତକୁ ସଫଳ କରିବା ପାଇଁ ପୁରା କଂଗ୍ରେସ ଟିମ ଲାଗିପଡିଥିଲେ। ତେବେ ରାହୁଳଙ୍କ ସହିତ କିପରି ସମସ୍ତ ବିଧାୟକ କଥା ହୋଇପାରିବେ ସେ ନେଇ ସଭାପତି ଭକ୍ତଦାସ ବ୍ୟବସ୍ଥା ମଧ୍ୟ କରିଥିଲେ।

ଗତକାଲି ସଭାରେ ଭରପୁର ମଞ୍ଚରେ ରାହୁଳଙ୍କ ପାଖରେ ବସିଥିଲେ ସଭାପତି ଭକ୍ତ ଦାସ। ତେବେ ସବୁ ବିଧାୟକ ତାଙ୍କ ସହିତ କଥା ହେବା ପାଇଁ ସେ ନିଜ ଆସନ ଛାଡି ଦେଇଥିଲେ। ତାଙ୍କ ଆସନରେ ବସି ଜଣେ ପରେ ଜଣେ ବିଧାୟକ ତାଙ୍କ ସହିତ କଥା ହେବା ପାଇଁ ସୁଯୋଗ ପ୍ରଦାନ କଲେ ଭକ୍ତ ଦାସ। ରାହୁଳଙ୍କ ସହିତ କିଛି ସମୟ କଥା ହେବା ପାଇଁ ବିଧାୟକଙ୍କ ମନରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା।

ଏହି କ୍ରମରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦୋସଙ୍କର ମଧ୍ୟ ପାଳି ପଡିଥିଲା। ସେ ରାହୁଳଙ୍କ ପାଖରେ ବସି ବେଶ ଉତଫୁଲିତ ମୁଡରେ କଥା ହୋଇଥିଲେ। ଆଉ ତାଙ୍କ କଥାକୁ ରାହୁଳ ବେଶ ମନଧ୍ୟାନ ଦେଇ ମଧ୍ୟ ଶୁଣୁଥିଲେ। ବେଶ କିଛି ସମୟ ଧରି ରାହୁଳଙ୍କ ସହିତ କଥା ହୋଇଥିଲେ ସୋଫିଆ।

ଏ ନେଇ ସୋପିଆ ତାଙ୍କ ସାମାଜିକ ଗଣମାଧ୍ୟମରେ ଫଟୋ ସହିତ ଏକ ଲେଖା ମଧ୍ୟ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ଓଡ଼ିଶା ମାଟିରେ ଜାତୀୟ କଂଗ୍ରେସର ସର୍ବୋଚ୍ଚ ନେତା ଶ୍ରୀ ରାହୁଲ ଗାନ୍ଧିଜୀଙ୍କୁ ଓଡ଼ିଶାର ଜଗନ୍ନାଥଙ୍କ ମାଟିରେ ଭେଟି ସ୍ବାଗତ ଜଣାଇଥିଲି। ଆପଣଙ୍କ ଆଗମନ ଆମ ପାଇଁ ବଡ଼ ଆହ୍ବାନ। ମହିଳା, ଦଳିତ, ଓବିସି ତଥା ପ୍ରତ୍ୟେକ ଓଡ଼ିଆଙ୍କୁ ନ୍ୟାୟ ଦେବା ପାଇଁ ଆମେ ଯେଉଁ ଲଢେ଼ଇ ଲଢ଼ୁଛୁ ସେଥିରେ ଆପଣଙ୍କ ସହଯୋଗ ଏକାନ୍ତ ଅପରିହାର୍ଯ୍ୟ।

Leave A Reply

Your email address will not be published.