ଭୁବନେଶ୍ବର ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ଘଟଣା: ଗିରଫ ହେଲେ ବଦମାସ ବୟଫ୍ରେଣ୍ଡ
ଭୁବନେଶ୍ଵର (ଆମ ଟିଭି): ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି । ଭୁବନେଶ୍ବର ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ଘଟଣା ବଦମାସ ବୟଫ୍ରେଣ୍ଡ ଚିତ୍ତକୁ ଗିରଫ କରିଛି କମିସନରେଟ୍ ପୋଲିସ । ପରକ୍ରୀୟା ପ୍ରୀତି, ସନ୍ଦେହ, ଅବିଶ୍ଵାସ ଏବଂ ଝଗଡାରୁ ଏହି ଆତ୍ମହତ୍ୟା ଘଟଣା ଘଟିଛି। ଅଭିଯୁକ୍ତ ବୟଫ୍ରେଣ୍ଡ ନିଜର ଦୋଷ ସ୍ଵୀକାର କରିଛି। ଘଟଣାକୁ ନେଇ ଶୁଭଶ୍ରୀଙ୍କ ସ୍ଵାମୀକୁ ପୋଲିସ୍ ଜେରା କରିବ। ଅଧିକ ଜେରା ପାଇଁ ପୋଲିସ ଚିତ୍ତରଞ୍ଜନକୁ ରିମାଣ୍ଡରେ ଆଣିବ।
ସୂଚନା ଅନୁଯାୟୀ, ୨୦୧୪ ରେ ଶୁଭଶ୍ରୀଙ୍କ ବାହାଘର ହୋଇଥିଲା । ଏହାପରେ ତୃତୀୟ ବ୍ୟକ୍ତି ଚିତଙ୍କ ସହ ଶୁଭଶ୍ରୀଙ୍କ ସମ୍ପର୍କ ଗଢି ଉଠିଥିଲା। ସଂପର୍କ ବଢିବା ସହ ଉଭୟ ଲଜ୍ରେ ରହୁଥିଲେ ଏବଂ ବାହାରେ ବୁଲାବୁଲି କରୁଥିଲେ। ଶୁଭଶ୍ରୀଙ୍କ ପର ପୁରୁଷ ସହ ସଂପର୍କକୁ ନେଇ ସ୍ଵାମୀ ସନ୍ଦେହ କରୁଥିଲେ। ଶୁଭଶ୍ରୀଙ୍କ ପରକୀୟା ପ୍ରୀତି ବିଷୟରେ ସ୍ଵାମୀ ଜାଣି ପାରିଥିଲେ। ତେବେ ଶୁଭଶ୍ରୀଙ୍କ ସହ ଚିତ୍ତରଞ୍ଜନଙ୍କ ପ୍ରବଳ ଝଗଡା ହୋଇଥିଲା।
ଆତ୍ମହତ୍ୟା ପୂର୍ବରୁ ସେ ଚିତ୍ତରଞ୍ଜନଙ୍କୁ ଶେଷ ଥର କଲ୍ କରିଥିଲେ ଏବଂ ଆତ୍ମହତ୍ୟା କରିବେ ବୋଲି କହିଥିଲେ। ଏହାପରେ ଚିତ୍ତରଞ୍ଜନ ଘରେ ପହଞ୍ଚି ଦେଖିବା ବେଳକୁ ଶୁଭଶ୍ରୀ ବେକରେ ଓଢଣୀ ଦେଇ ଆତ୍ମହତ୍ୟା କରି ସାରିଥିଲେ। ଚିତ୍ତରଞ୍ଜନ କବାଟ ଖୋଲି ଶୁଭଶ୍ରୀଙ୍କ ମୃତଦେହକୁ ତଳକୁ ଓହ୍ଲାଇବା ସହ ବେକରୁ ଓଢ଼ଣୀ ନେଇ ବରୁଣେଇରେ ଫିଙ୍ଗି ଦେଇଥିଲେ । ତେଣୁ ଏହା ଆତ୍ମହତ୍ୟା ହୋଇଛି । ଶୁଭଶ୍ରୀ ଓ ଚିତଙ୍କ ମଧ୍ୟରେ ଝଗଡା ହୋଇଥିବାବେଳେ କିଛି ମାଡ ମାରିଥିବା ଦାଗ ରହିଛି । ଚିତ୍ ରଞ୍ଜନ ଜେନା ଗିରଫ କରାଯାଇଛି ।