ଆଓ ନେକ୍ସଟର “ଜୁହାର ଭେଟଘାଟ” ସମ୍ବଲପୁରୀ ଭାଷା ଏବଂ ଅସ୍ମିତାର ଗୋଟିଏ ନୂଆ ଅଧ୍ୟାୟ*

0

ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ରୀତି, ପରମ୍ପରା, ଲୋକ ଚଳଣି, ଐତିହ୍ୟ, ଅସ୍ମିତା ପାଳନ କରିବାରେ “ଆଓ ନେକ୍ସଟ” ର ପଶ୍ଚିମ ଓଡିଶା ଡିଭିଜନର ସମ୍ବଲପୁରଠାରେ “ଆଓ ନେକ୍ସଟ “ଜୁହାର ଭେଟଘାଟ” କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ଆଓନେକ୍ଟ ଜୁହାର ଓଟିଟି ପ୍ଲାଟଫର୍ମ ଲୋକାର୍ପଣ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଙ୍କ ଦ୍ବାରା‌ ହୋଇଥିଲା। ଏହି ଉତ୍ସବରେ ଅତିଥି ଭାବେ ଆଓ ନେକ୍ସଟ ର ସିଇଓ ତଥା ପ୍ରତିଷ୍ଠାତା କୌଶିକ ଦାସ, ଆଓ ନେକ୍ସଟ କ୍ରିଏଟିଭ ହେଡ଼ ପଶ୍ଚିମ ଓଡିଶା ଜୟପ୍ରକାଶ କୁଅଁର, ଆଓ ନେକ୍ସଟ ଓଟିଟି ପ୍ଲାଟଫର୍ମ ସହ ପ୍ରତିଷ୍ଠାତା ରାମ ପଟ୍ଟନାୟକ , ସମ୍ମାନୀତ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଚିଫ ମ୍ୟାନେଜର ଶ୍ୟମାନନ୍ଦ ତାଲି, ଯୋଗଦେଇଥିଲେ l ଏହି ଉତ୍ସବ ରେ ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ, କମଲେଶ ଚକ୍ରବର୍ତ୍ତୀ, ଅଭିନେତା ଜଗନ୍ନାଥ ସେଠ ,ରତନ ମେହେର, କଣ୍ଠଶିଳ୍ପୀ ପଙ୍କଜ ଜାଲ,ସଙ୍ଗୀତ ନିର୍ଦ୍ଦେଶକ କମଲେଶ ଚକ୍ରବର୍ତ୍ତୀ l ଅଭିନେତା ରତନ ପୂଜାରୀ, କମେଡିଆନ ଜୋଜୋ ଙ୍କୁ ସମ୍ମାନୀତ କରାଯାଇଥିଲା l

 

ଆଓ ନେକ୍ସଟ ର ଏହି ଶୁଭାରମ୍ଭ ଓଡିଶାର ଡିଜିଟାଲ ଗଣମାଧ୍ୟମ ଜଗତରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣି ତାର ବିକେନ୍ଦ୍ରିକରଣ ପ୍ରକ୍ରିୟାର ତ୍ୱରାନ୍ୱିତ କରିବ l “ଆଓ ନେକ୍ସଟ ଜୁହାର” ସମ୍ବଲପୁରୀ ଅସ୍ମିତାକୁ ଆହୁରି ଉଜାଗର କରିବ l

ଓଡିଶାର ଶିକ୍ଷା, ଓଟିଟି ପ୍ଲାଟଫର୍ମ “ଆଓ ନେକ୍ସଟ” ପଶ୍ଚିମ ଓଡିଶା ର ସ୍ଥାନୀୟ କଳାକାର, କବି, ଲେଖକ, ନିର୍ଦ୍ଦେଶକ ଆଉ କଳା – ସାହିତ୍ୟ କ୍ଷେତ୍ରର ପ୍ରଯୁକ୍ତି ବୈଷୟିକ ବ୍ୟକ୍ତିବିଶେଷ ମିଳିତ ଭାବେ ଏକ ଉଚ୍ଚା ଦର୍ଜା ର ସିନେମା ଆଉ ସଙ୍ଗୀତ ତିଆରି କରିବାରେ ପଶ୍ଚିମ ଓଡିଶା, ବିବିଧ ବହୁ ବର୍ଣ୍ଣ ଲୋକମାନଙ୍କର ଲାଗି, ଲୋକମାନଙ୍କ କଳା ଭେଟ ବାର୍ତ୍ତା ଅଗଷ୍ଟ ୨୮ ତାରିଖରେ ରିଲିଜ୍ ହେବାକୁ ଯାଉଛି l ସମ୍ବଲପୁରୀ ୱେବ ସିରିଜ୍ “କେରେକ୍” ର ମଧ୍ୟ ଶୁଭାରମ୍ଭ ହେଉଛି l ତାର ଟ୍ରେଲର ଲଞ୍ଚ ସମ୍ବଲପୁରୀ ସିନେମା “ସପନ” ର ପୋଷ୍ଟର ଲଞ୍ଚ, ସାଙ୍ଗରେ ସମ୍ବଲପୁରୀ ସିନେମା “ମେରିଆ” ର ପୋଷ୍ଟର ଲଞ୍ଚ ସମ୍ବଲପୁରୀ କ୍ଷୁଦ୍ର ସିନେମା “ରାଏମତି” ଆଉ “ପେତେନ୍” ର ଶୁଭାରମ୍ଭ ହେବ ତା ବ୍ୟତୀତ ଅନେକ ମ୍ୟୁଜିକାଲ୍ ଭିଡିଓ ମଧ୍ୟ ଲଞ୍ଚ ହୋଇଥିଲା l ଏ ସବୁ ସମ୍ବଲପୁର ଅଞ୍ଚଳ ପାଇଁ ଗୌରବର କଥା l

ଉତ୍ସବ ଶେଷରେ”ଆଓ ନେକ୍ସଟ” ତରଫରୁ ସମସ୍ତଙ୍କୁ ଜୁହାର ଜଣାଇଥିଲେ l

Leave A Reply

Your email address will not be published.