ଭୁବନେଶ୍ୱର (ଆମ ଟିଭି): ଗୁଜରାଟର ଅହମ୍ମଦାବାଦରେ ଆୟୋଜିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନସିପରେ ଓଡ଼ିଆ ଝିଅଙ୍କ କମାଲ । ଭାରତ ପାଇଁ ସ୍ବର୍ଣ୍ଣ ଜିତିଲେ ଓଡ଼ିଶା ଝିଅ ବିଦୁସ୍ମିତା ଭୋଇ । ଜୁନିୟର ୬୩ କିଗ୍ରା ଓଜନ ବର୍ଗରେ ସ୍ୱର୍ଣ୍ଣ ହାସଲ କରିଛନ୍ତି । ସ୍ନାଚରେ ୮୯ ଓ କ୍ଲିନ ଆଣ୍ଡ ଜର୍କରେ ୧୧୫ କିଗ୍ରାର ଓଜନ ଉଠାଇ ଏହି ବିଜୟ ହାସଲ କରିଛନ୍ତି ।
ଏହା ସହ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚମ୍ପିଆନସିପରେ ଭାରତ ପାଇଁ ଆଉ ଦୁଇ ପଦକ ଜିତିଛନ୍ତି ଓଡ଼ିଆ ଝିଅ ମୀନା ଶାନ୍ତା ଓ ସ୍ନେହା ସୋରେନ। ଜୁନିୟର ମହିଳା ୫୮ କିଗ୍ରା ବର୍ଗରେ ମୀନା ଶାନ୍ତା ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମୀନା ସ୍ନାଚରେ ୮୪ ଓ କ୍ଲିନ ଆଣ୍ଡ ଜର୍କରେ ୧୦୧ କିଗ୍ରା ସହ ମୋଟ୍ ୧୮୫ କିଗ୍ରା ଭାରୋତ୍ତୋନଳ କରି ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି।
ସେହିପରି ବରିଷ୍ଠ ମହିଳା ୫୩ କିଗ୍ରା ବର୍ଗରେ ସ୍ନେହା ସୋରେନ ଦ୍ବିତୀୟ ସ୍ଥାନ ସହ ରୌପ୍ୟ ପଦକ ଜିତିଛନ୍ତି। ସ୍ନେହା ସ୍ନାଚରେ ୮୧ ଓ କ୍ଲିନ ଆଣ୍ଡ ଜର୍କରେ ୧୦୫ କିଗ୍ରା ସହ ମୋଟ୍ ୧୮୬ କିଗ୍ରା ଭାରୋତ୍ତୋଳନ କରି ଦ୍ବିତୀୟ ସ୍ଥାନ ସହ ରୌପ୍ୟ ପଦକ ଜିତିଛନ୍ତି।