୧୪ ବର୍ଷ ପରେ ଓଡ଼ିଶା ଫିଲ୍ମ ଡିଷ୍ଟ୍ରିବ୍ୟୁସନର ନୂତନ କର୍ମକର୍ତ୍ତା ନିର୍ବାଚିତ
ଭୁବନେଶ୍ୱର (ଆମ ଟିଭି): ଓଡିଶା ଫିଲ୍ମ ଡିଷ୍ଟ୍ରିବ୍ୟୁସନ ସୋସାଇଟିର ଦୀର୍ଘ ୧୪ବର୍ଷ ପରେ UCCC କ୍ୟାମ୍ପସ, ତଳ ତେଲେଙ୍ଗା ବଜାର, କଟକଠାରେ ନିର୍ବାଚନ ହୋଇଥିଲା l ଏଥିରେ ପ୍ରଥମେ ସର୍ବ ସମ୍ମତିକ୍ରମେ ସଭାପତି ଅଶୋକ କୁମାର ନନ୍ଦ, ଉପସଭାପତି ଶ୍ରୀକାନ୍ତ ଦାସ (ଦୀପୁ), ଯୁଗ୍ମ ସମ୍ପାଦକ ଦେବାଶିଷ ମହାନ୍ତି ଏବଂ ଟ୍ରେଜରର ଶ୍ରୀଧର ମାର୍ଥା ନିର୍ବାଚିତ ହୋଇଥିଲେ l

ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ପାଦକ ପଦବୀ ପାଇଁ ଜିତୁ ଖଣ୍ଡେଲୱାଲ ଏବଂ ସଚ୍ଚିକାନ୍ତ ଜେନାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା l ସଚ୍ଚିକାନ୍ତ ଜେନା ସମ୍ପାଦକ ପଦବୀରେ ନିର୍ବାଚିତ ହୋଇଛନ୍ତି l କାର୍ଯ୍ୟ ନିର୍ବାହୀ କମିଟିରେ ପୂର୍ଣ୍ଣଚନ୍ଦ୍ର ଦାଶ, ପ୍ରଶାନ୍ତ ବେହେରା, ମନୋଜ କୁମାର ମିଶ୍ର, ଅତୀଶ କୁମାର ରାଉତ, ପ୍ରଦୀପ୍ତ ପ୍ରକାଶ ଆଚାର୍ଯ୍ୟ ଏବଂଚକ୍ରଧର ଘଡେଇ ନିର୍ବାଚିତ ହୋଇଛନ୍ତି l ସଚ୍ଚିକାନ୍ତ ସମ୍ପାଦକ ପଦବୀ ପାଇବା ପରେ ଦୀର୍ଘ ୧୪ ବର୍ଷ ଧରି ସୋସାଇଟିର ଯେଉଁସବୁ କାମ ଅଟକି ରହିଛି ସେସବୁ ଆଗକୁ କେମିତି ଉନ୍ନତି ହେବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି l

ଡିଷ୍ଟ୍ରିବ୍ୟୁସନରେ ସ୍ୱଚ୍ଛତା, ଭାଇଚାରା ଓ ସୁସମ୍ପର୍କ ସ୍ଥାପନା କୁ ନିଜର ପ୍ରଥମ ପ୍ରାଥମିକତା ବୋଲି ପ୍ରକାଶ କରିଥିଲେ l ସୋସାଇଟି କର୍ମୀଙ୍କ ସହଯୋଗ ଯୋଗୁଁ UCCC ର ପୁନଃରୁଦ୍ଧାର ହେବା ସହ ଆଗକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିବାକୁ ଚେଷ୍ଟା କରିବେ ବୋଲି ସଚିକାନ୍ତ ଜେନା ପ୍ରକାଶ କରିଛନ୍ତି l