ପୁରୀ (ଆମ ଟିଭି) : ଆସନ୍ତାକାଲି ଚନ୍ଦ୍ରଗ୍ରହଣ, ଆଜି ରାତିରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯିବ ସ୍ବତନ୍ତ୍ର ନୀତିକାନ୍ତି । ରାତି ୨ଟାରୁ ଦ୍ବାରଫିଟା ପରେ , ୨ଟା ୩୦ରେ ହେବ ଭିତର ଶୋଧ । ୨ଟା ୪୦ରେ ମଙ୍ଗଳ ଆଳତୀ, ୩ଟାରେ ମଇଲମ ଓ ତଡ଼ପ ଲାଗି, ୩ଟା ୩୦ରେ ଅବକାଶ ନୀତି ହେବ । ପରେ ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା , ବେଶ ଶେଷ, ଗୋପାଳବଲ୍ଲଭ ଓ ସକାଳ ଧୂପ ଅନୁଷ୍ଠିତ ହେବା ସହ ନୀତିକାନ୍ତି ଆଗକୁ ବଢିବ ।
ସେହିପରି ଭୋରରୁ ଭୋଗମଣ୍ଡପ ପରେ ୯ଟା ୩୦ରେ ଦକ୍ଷୀଣି ଘର ଭୋଗ, ସାଢେ ୮ଟାରୁ ୧୦ଟା ୩୦ ମଧ୍ୟରେ ଦ୍ବିତୀୟ ଭୋଗ ମଣ୍ଡପ ଅନୁଷ୍ଠିତ ହେବ । ସକାଳ ୧୦ଟା ୪୦ରେ ମଇଲମ, ୧୧ଟାରେ ବେଶ ଶେଷ ହୋଇ ୧୧ଟା ୧୫ରେ ସନ୍ଧ୍ୟା ଅଳତୀ, ସାଢେ ୧୧ରେ ଦୋଳ-ଗୋବିନ୍ଦ ବିଜେ, ୧୧. ୪୫ରେ ଆଜ୍ଞାମାଳ ପାଲିଙ୍କି ବିଜେ ଏବଂ ୧୨ଟା ୩୦ ସୁଦ୍ଧା ସମସ୍ତ ନୀତିକାନ୍ତି ସରିବ । ଏନେଇ ଗତ ମଙ୍ଗଳବାର ବସିଥିବା ଛତିଶାନିଯୋଗ ବୈଠକରେ ନୀତିନିର୍ଘଣ୍ଟ କରାଯାଇଛି ।