ଭୁବନେଶ୍ବର (ଆମ ଟିଭି): ଇଞ୍ଜିନିୟରିଂ ଶିକ୍ଷାକ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ସାରା ଭାରତ ସାର୍ ଏମ ବିଶ୍ଵେଶ୍ବରୈୟାଙ୍କ ଜନ୍ମ ଦିନ ପ୍ରତିବର୍ଷ ସେପ୍ଟେମ୍ବର ୧୫ ତାରିଖକୁ ଜାତୀୟ ଇଞ୍ଜିନିୟରିଂ ଦିବସ ରୂପେ ପାଳନ କରାଯାଉଅଛି । ଶ୍ରୀଯୁକ୍ତ ବିଶ୍ଵେଶ୍ଵରୈୟା ସିଭିଲ୍ ଇଞ୍ଜିନିୟରିଂରେ ବମ୍ବେ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରି ପ୍ରଥମ ସ୍ଥାନ ହାସଲ କରିବା ପରେ ସେ ହାଇଦ୍ରାବାଦରେ ମୁଖ୍ୟଯନ୍ତ୍ରୀ ଭାବେ ନିଯୁକ୍ତି ପାଇ ଦେଶକୁ ଗୌରବାନ୍ବିତ କରିଥିଲେ । ୧୯୫୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ୍ ଜବାହାରଲାଲ ନେହେରୁ ଏମ୍ ବିଶ୍ଵେଶ୍ଵରୈୟାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ରେ ସମ୍ମାନିତ କରିଥିଲେ ।

ଏହି ମହାନ୍ ବ୍ୟକ୍ତିଙ୍କ ସ୍ମରଣ ଉଦ୍ଦେଶ୍ୟରେ ଛତାବରସ୍ଥିତ ନିସ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ପରିସରରେ ଜାତୀୟ ଇଞ୍ଜିନିୟର ଦିବସ ପାଳନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ଡକ୍ଟର ସୁଭାଷ ଚନ୍ଦ୍ର ନାୟକ, ଡାଇରେକ୍ଟର ଡଃ ପ୍ରିୟଦର୍ଶୀ କାନୁନଗୋ, ଅଧ୍ୟକ୍ଷ ଡଃ ଦେବବ୍ରତ ରଥ, ଡିନ୍ ଡଃ ହିମାଂଶୁ ଶେଖର ମହାରଣା ଓ ପ୍ରଫେସର୍ ସୁନିତା ସାମନ୍ତରାୟ ପ୍ରମୁଖ ଯୋଗଦେଇ ଜାତୀୟ ଇଞ୍ଜିନିୟରିଂ ଦିବସର ତତ୍ପର୍ଯ୍ୟତା ବିଷୟରେ ଛାତ୍ର ଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ ।

ଏଥିରେ ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ପ୍ରକାଶ ଥାଉକି, ପ୍ରତ୍ୟେକ ଇଞ୍ଜିନିୟରିଂ ବିଭାଗର ଫାଇନାଲ ସେମିଷ୍ଟରରେ ସର୍ବୋଚ୍ଚ ନମ୍ବର ରଖିଥିବା ମେଧାବୀ ଛାତ୍ର ଛାତ୍ରୀଙ୍କୁ ଜାତୀୟ ଇଞ୍ଜିନିୟରିଂ ଦିବସରେ ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ନଗଦ ଅର୍ଥରାଶି, ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯିବ ବୋଲି ପ୍ରଶାସନିକ ଅଧିକାରୀ ପିତାମ୍ବର ଚୟନୀ ପ୍ରକାଶ କରିଅଛନ୍ତି ।