ପୁଣି ଥରିଲା କାବୁଲ: ଋଷ ଦୂତାବାସ ବାହାରେ ଭୟଙ୍କର ବିସ୍ଫୋରଣ
ନୂଆଦିଲ୍ଲୀ (ଆମ ଟିଭି): ପୁଣି କାବୁଲରେ ବିସ୍ଫୋରଣ । ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଋଷ ଦୂତାବାସ ବାହାରେ ହୋଇଥିବା ଏହି ଧମାକାରେ ୨୦ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଏମାନଙ୍କ ମଧ୍ୟରେ ୨ ଜଣ ଋଷର ରାଜନାୟିକ ଥିବା ମଧ୍ୟ ସୂଚନା ମିଳିଛି । ବର୍ଷେରୁ ଅଧିକ ତାଲିବାନ ଶାସନରେ ରହିବା ପରେ କାବୁଲରେ ନିଜ ଦୂତାବାସ ରଖିଛି ଆଫଗାନିସ୍ତାନ । ମସ୍କୋ ତାଲିବାନ ସରକାରକୁ ମାନ୍ୟତା ନ ଦେଉଥିଲେ ମଧ୍ୟ ପେଟ୍ରୋଲ ଏବଂ ଅନ୍ୟ ଜିନିଷ ପାଇଁ ବିଭିନ୍ନ ଘଟଣା ଉପରେ ଆଲୋଚନା କରିଥାଏ ।
କାବୁଲ ଦୂତାବାସର ପ୍ରବେଶ ଦ୍ୱାର ନିକଟରେ ଜଣେ ବ୍ୟକ୍ତି ଆତ୍ମଘାତୀ ଆକ୍ରମଣକାରୀ ନିଜକୁ ହିଁ ବିସ୍ଫୋରଣ କରିଛନ୍ତି । ତେବେ ଦୂତାବାସର ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ଗାର୍ଡ ତାଙ୍କୁ ପ୍ରଥମ ଚିହ୍ନି ନେଇଥିଲେ ଏବଂ ଗୁଳି କରି ଦେଇଥିବା କହିଛି ଆଫଗାନୀ ପୋଲିସ । ଆହତ ଅବସ୍ଥାରେ ଦୂତାବାସ ନିକଟରେ ପହଞ୍ଚିବାରେ ସଫଳ ହୋଇଥିଲା ଆତଙ୍କୀ ।