ଭୁବନେଶ୍ୱର (ଆମ ଟିଭି): ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି। ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବ। ଏନେଇ କିଛି ପାଣିପାଗ ମଡେଲ ଆକଳନ କରିଛନ୍ତି । ତେବେ ଓଡିଶା ଉପରେ ଏହାର କୈାଣସି ପ୍ରଭାବ ପଡିବ ନାହିଁ କିନ୍ତୁ ଏହାର ପ୍ରଭାବରେ ଓଡ଼ିଶା ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ପାଗରେ ପରିବର୍ତ୍ତନ ହେବାର ଆଶଙ୍କା ରହିଛି।
ବରିଷ୍ଠ ପାଣିପାଗବିତ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କହିଛନ୍ତି ଏହି ଲଘୁଚାପ କେତେବେଳେ ଘନୀଭୂତ ହେବ ଓ ଏହା ନିର୍ଦ୍ଦିଷ୍ଟ ଭାବେ କେଉଁ ଆଡକୁ ଯିବ , ତାହା ଏବେଠାରୁ କହି ହେବନାହିଁ । ଲଘୁଚାପ ସୃଷ୍ଟି ହେବା ପରେ ଏହାର ସ୍ପଷ୍ଟ ଚିତ୍ର ଆସିବ । ତେବେ ଓଡିଶା ଉପରେ ଏହାର କୈାଣସି ପ୍ରଭାବ ପଡୁନଥିବାରୁ ଆସନ୍ତା ସପ୍ତାହେ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ ।
ରାଜ୍ୟ ଓ ଦେଶରୁ ଏଇ ବର୍ଷ ପାଇଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିଯିବାକୁ ପାଗ ଅନୁକୂଳ ହେଉଛି। ମୌସୁମୀ ଫେରିଯିବା ପରେ ବର୍ଷାର ସମ୍ଭାବନା କମୁଛି । ଏଥିସହ ରାଜ୍ୟକୁ ଧୀରେ ଧୀରେ ପ୍ରବେଶ କରିବ ଶୀତ । ସେପଟେ ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୨ ଦିନ ଯାଏ କାଁ ଭାଁ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।