ଡିଏଭି ପୋଖରୀପୁଟରେ ସହୋଦୟ ସ୍କୁଲ କପ୍ଲେକ୍ସ ବିଜ୍ଞାନ ମେଳା ଅନୁଷ୍ଠିତ

0

ଭୁବନେଶ୍ୱର (ଆମ ଟିଭି): ତା. ୧୩-୧୧-୨୦୨୫- ସହୋଦୟ ସ୍କୁଲ କମ୍ପ୍ଲେକ୍ସ ବିଜ୍ଞାନ ମେଳା ଡିଏଭି ପୋଖରୀପୁଟରେ ଅନୁଷ୍ଠିତ ହୋଇଯାଇଛି । ଆଇଜର ବ୍ରହ୍ମପୁରର ଏକାଡେମିକ୍ ଡିନ୍ ପ୍ରଫେସର ପ୍ରସେନଜିତ୍ ମଣ୍ଡଲ ମୁଖ୍ୟଅତିଥି ରୂପେ ଯୋଗଦାନ କରି ଉକ୍ତ ମେଳାକୁ ଉଦ୍‌ଘାଟନ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ଏବଂ ବିଜ୍ଞାନ ପ୍ରତି ଆଗ୍ରହ ବୃଦ୍ଧି କରିବାରେ ଏହିଭଳି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ସେ ନିଜର ଅଭିଭାଷଣରେ କହିଥିଲେ । ଏହି ପ୍ରଦର୍ଶନୀରେ ଓଡ଼ିଶାର ୩୪ ସ୍କୁଲର ୬୫ ଟି ପ୍ରକଳ୍ପରେ ୧୨୮ ଜଣ ଛାତ୍ରଛାତ୍ରୀ ଭାଗନେଇ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ବିଜ୍ଞାନ, ସମାଜ ଓ ପରିବେଶ ଉପରେ ଆଧାରିତ ଥିଲା ଏହି ପ୍ରଦର୍ଶନୀ ।

ଡିଏଭି ଓଡ଼ିଶା ଜୋନ୍ ଏଫ୍ ର ସହ ଆଞ୍ଚଳିକ ଅଧିକାରୀ ତଥା ଡିଏଭି ପୋଖରୀପୁଟର ଅଧ୍ୟକ୍ଷ ବିପିନ କୁମାର ସାହୁ ଅନୁଭବାତ୍ମକ ଶିକ୍ଷା ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କର ବୌଦ୍ଧିକ ବିକାଶ ଘଟି ପାରିବ ବୋଲି ମତ ପ୍ରକାଶ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକୁ ନାଇଜରର ଆସୋସିଏଟ୍ ପ୍ରଫେସର ତପନ କୁମାର ମିଶ୍ର, ଟିସିଏସ୍ ରିସର୍ଚ୍ଚ ଭୁବନେଶ୍ଵରର ଡକ୍ଟର ହେମନ୍ତ କୁମାର ରଥ, ସୋଆର ଆସୋସିଏଟ୍ ପ୍ରଫେସର ସୁପ୍ରଭ ରଞ୍ଜନ ଲାହା ଏବଂ ଇଞ୍ଜିନିୟର ଜାମି ଶ୍ରୀକାନ୍ତ ପାତ୍ର ପ୍ରମୁଖ ବିଚାରକ ରୂପେ ଅଂଶଗ୍ରହଣ କରି ପ୍ରତିଭା ସମ୍ପନ୍ନ ବିଦ୍ୟାର୍ଥୀଙ୍କ ପ୍ରକଳ୍ପଗୁଡ଼ିକୁ ମୂଲ୍ୟାୟନ କରିଥିଲେ । ଏହି ଭବ୍ୟ କାର୍ଯ୍ୟକ୍ରମକୁ ବିଜ୍ଞାନ ବିଭାଗର ବରିଷ୍ଠ ଶିକ୍ଷକ ସୁଶାନ୍ତ କୁମାର ସାମଲ ସଂଯୋଜନା କରିଥିବା ବେଳେ ସଫଳତା ପାଇଁ ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.