ନୂଆଦିଲ୍ଲୀ (ଆମ ଟିଭି): ଆଜି ନୂଆପଡାବାସୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ସାମାଜିକ ଗଣମାଧ୍ୟମରେ ସେ ନୂଆପଡାବାସୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ନୂଆପଡାବାସୀ ବିଜେପିକୁ ବିପୁଳ ସଂଖ୍ୟାରେ ବିଜୟ କରିଥିବାରୁ ବହୁତ ଧନ୍ୟବାଦ। ଏଥିରେ ନୂଆପଡାରୁ ଜୟ ଢୋଲକିଆ ନୂଆ ବିଧାୟକ ଭାବେ ଜିତିଥିବାରୁ ତାଙ୍କୁ ଧନ୍ୟବାଦ।
ଏହି ସମୟରେ ପ୍ରଧାନମନ୍ତ୍ରୀ ଜମ୍ମୁକାଶ୍ମୀରର ନଗ୍ରୋତାରୁ ପ୍ରଥମ ଥର ପାଇଁ ବିଜୟ ଲାଭ କରି ବିଧାୟିକା ଦିବ୍ୟାନୀ ରାଣାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏମାନେ ଲୋକଙ୍କର ଭଲ ସେବା କରିବେ ବୋଲି ଆଶା କରୁଛି। ଏଥିସହିତ ପ୍ରଧାନମନ୍ତ୍ରୀ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଧନ୍ୟବାଦ ପ୍ରଦାନ କରିଛନ୍ତି।