ପୁରୀ (ଆମ ଟିଭି): ବର୍ତ୍ତମାନ ସମୟରେ ସାଇବର ଠକଙ୍କ ପ୍ରାର୍ଦୁଭାବ ବଢିବାରେ ଲାଗିଛି । ଏଥର ସାଇବର ଠକଙ୍କ ଟାର୍ଗେଟରେ ପୁରୀ ଜିଲ୍ଲାପାଳ । ପୁରୀ ଜିଲ୍ଲାପାଳଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ୍ ହୋଇଛି । ଏନେଇ ଆଇ.ଟି. ବିଭାଗକୁ ଅଭିଯୋଗ ଜଣାଇଛନ୍ତି ଜିଲ୍ଲାପାଳ । ଖୁବ୍ ଶିଘ୍ର ନିଆଯିବ କାର୍ୟ୍ୟାନୁଷ୍ଠାନ । କିଏ ଏବଂ କାହିଁକି ଆକାଉଣ୍ଟ ହ୍ୟାକ୍ କରିଛି ତଦନ୍ତ ପରେ ସ୍ପଷ୍ଟ ହେବ । ଏନେଇ ଖୋଦ୍ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ଦେଇଛନ୍ତି ।