ଦୁବାଇ ଓ ଦିଲ୍ଲୀ ପରେ ମୁମ୍ବାଇ ଯିବେ ନବୀନ

0

ଭୁବନେଶ୍ୱର (ଆମ ଟିଭି): ଦୁବାଇ ଓ ଦିଲ୍ଲୀ ପରେ ଏବେ ମୁମ୍ବାଇ ଯିବେ ନବୀନ । ଆଣିବେ ପୁଞ୍ଜି । ମୁମ୍ବାଇଠାରେ ଆସନ୍ତା ୧୪ତାରିଖରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ ଅନୁଷ୍ଠିତ ହେବାକୁ ଯାଉଛି। ସେଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ଏହାସହ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନିବେଶକଙ୍କୁ ଭେଟିବା କାର୍ୟ୍ୟକ୍ରମ ସ୍ଥିର କରାଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଆସନ୍ତା ୧୩ ତାରିଖରେ ୩ ଦିନିଆ ମୁମ୍ୱାଇ ଗସ୍ତରେ ଯିବାର କାର୍ୟ୍ୟକ୍ରମ ରହିଛି।

ଆସନ୍ତା ନଭେମ୍ୱରରେ ‘ମେକ୍ ଇନ୍ ଓଡ଼ିଶା-୨୦୨୨’ କନକ୍ଲେଭ୍ ହେବାକୁ ଯାଉଛି। ଏହି ସମ୍ମିଳନୀକୁ ନିବେଶକମାନଙ୍କୁ ନିମନ୍ତ୍ରଣ କରିବା ସହ ରାଜ୍ୟରେ ଥିବା ପୁଞ୍ଜିନିବେଶ ସୁଯୋଗର ପ୍ରଚାରପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ଏହି ଗସ୍ତ କରୁଥିବା ଜଣାପଡିଛି। ତେବେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଇଥିଲେ। ଯାହା ସୂଚନାମିଳୁଛି ଆସନ୍ତା ୧୪ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ମୁମ୍ୱଇର ନରିମନ୍ ପଏଣ୍ଟରେ ଥିବା ହୋଟେଲ ଟ୍ରାଇଡେଣ୍ଟରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ’ ଅନୁଷ୍ଠିତ ହେବ। ଏହି କାର୍ୟ୍ୟକ୍ରମ ପାଇଁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ ନେତୃତ୍ବ ହେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୧୩ ତାରିଖରେମୁମ୍ବାଇ ଗସ୍ତରେ ଯାଇ ୧୫ ତାରିଖରେ ଓଡ଼ିଶା ଫେରିବେ ବୋଲି ସୂଚନା ରହିଛି ।

Leave A Reply

Your email address will not be published.