ଜାଡ଼, କୁହୁଡ଼ି ପାଇଁ ପ୍ରଭାବିତ ହେଉଛି ୧୦୮ ଆମ୍ବୁଲାନ୍ସ ସେବା

0

ରାଜ୍ୟରେ ଭୀଷଣ ଥଣ୍ଡା ଓ କୁହୁଡ଼ି ଲାଗି ରହିଛି। ଜନଜୀବନ ବ୍ୟତିବ୍ୟସ୍ତ ହୋଇଥିବା ବେଳେ ରାଜ୍ୟରେ ରୋଗୀ ସେବାର ମେରୁଦଣ୍ଡ କୁହାଯାଉଥିବା ମାଗଣା ୧୦୮ ଆମ୍ବୁଲାନ୍ସ ମଧ୍ୟ ପ୍ରଭାବିତ ହୋଇଛି। ବିଶେଷକରି ମଧ୍ୟରାତ୍ରୀ ଓ ସକାଳ ସମୟରେ ଆମ୍ବୁଲାନ୍ସ ଚଳାଚଳ ପ୍ରତି ବିପଦ ବଢ଼ିଛି। ରୋଗୀଙ୍କ ନିକଟରେ ପହଞ୍ଚିବା ବା ରେସପନ୍ସ ସମୟ ମଧ୍ୟ ପ୍ରଭାବିତ ହୋଇଛି ।

ଏହାଦ୍ବାରା ଉଭୟ ରୋଗୀ ଓ ଆମ୍ବୁଲାନ୍ସ ସଦସ୍ୟଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ତେବେ ଗତିରେ ନିୟନ୍ତ୍ରଣ ସହ ଆବଶ୍ୟକ ନିରାପତ୍ତା ପ୍ରୋଟୋକଲ୍

ଅନୁକରଣ କରିବା ଲାଗି ୧୦୮ ଆମ୍ବୁଲାନ୍ସ ପରିଚାଳନା ସଂସ୍ଥା ପକ୍ଷରୁ ସଦସ୍ୟମାନଙ୍କୁ ସଚେତନ କରାଯାଇଛି। କିଛି ଦିନ ହେବ ଭୀଷଣ ଥଣ୍ଡା ସାଙ୍ଗକୁ କୁହୁଡ଼ି ପାଇଁ ରାସ୍ତା ଠିକ୍‌ରେ ଦେଖାଯାଉନାହିଁ।

ଏଥିପାଇଁ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଧୀର ଗତିରେ ଗାଡ଼ି ଚଳାଇବା ପାଇଁ ବାଧ୍ୟ ହୋଇଛନ୍ତି। ରାଜ୍ୟରେ ରୋଗୀଙ୍କ ନିକଟରେ ଆମ୍ବୁଲାନ୍ସ ପହଞ୍ଚିବାର ସମୟ ବା ରେସ୍‌ସ ସମୟ ୨୦ମିନିଟ୍ ଥିବା ବେଳେ ଏବେ ଏହି ସମୟରେ ଆମ୍ବୁଲାନ୍ସ ପହଞ୍ଚିବା ସମ୍ଭବ ହେଉନାହିଁ। ବିଶେଷକରି ଗ୍ରାମାଞ୍ଚଳରେ ରୋଗୀମାନେ ହସ୍ପିଟାଲକୁ ଯିବା ଲାଗି ୧୦୮ ଆମ୍ବୁଲାନ୍ସକୁ କଲ୍ କରୁଥିବା ବେଳେ ଥଣ୍ଡା ପାଇଁ ଘରେ ରହିବାକୁ ପସନ୍ଦ

କରୁଛନ୍ତି। ଫଳରେ ଆମ୍ବୁଲାନ୍ସ ପହଞ୍ଚୁଥିଲେ ମଧ୍ୟ ରୋଗୀଙ୍କୁ ଖୋଜିବା କଷ୍ଟକର ହୋଇପଡୁଛି। କୁହୁଡ଼ି

ପାଇଁ ଏହା ଭିତରେ ଖୋର୍ଦ୍ଧା ସମେତ ଅନ୍ୟ ସ୍ଥାନରେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି।

କେବଳ ୧୦୮ ଆମ୍ବୁଲାନ୍ସ ନୁହେଁ, ରାଜ୍ୟରେ ଚାଲୁଥିବା ବୋଟ୍ ଆମ୍ବୁଲାନ୍ସ ମଧ୍ୟ ପ୍ରଭାବିତ ହୋଇଛି। କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାରେ ଚାଲୁଥିବା ବୋଟ୍ ଆମ୍ବୁଲାନ୍ସ ମଧ୍ୟ ସମାନ ଅବସ୍ଥା ଦେଇ ଗତି କରୁଛି। ନଦୀ ପାଣିରେ ଭୀଷଣ

କୁହୁଡ଼ି ପାଇଁ ନାଭିଗେସନ୍ କରିବା

ସମ୍ଭବ ହେଉନାହିଁ। ତେବେ

ରାଜ୍ୟରେ ୧୦୮ ଆମ୍ବଲାନ୍ସ

ପରିଚାଳନା କରୁଥିବା ଏମ୍ବ୍ରି ଗ୍ରିନ୍

ପକ୍ଷରୁ ଏକ କେନ୍ଦ୍ରୀୟ କଲ୍ ସେଣ୍ଟର କାର୍ଯ୍ୟ ସହ ଆମ୍ବୁଲାନ୍ସ ଯାତାୟାତ ଉପରେ ନଜର ରଖୁଛି। ଏହା ସହ କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଥିବା

କର୍ମଚାରୀଙ୍କ ସହ ନିୟମିତ ଯୋଗାଯୋଗ କରାଯାଉଛି।

ପରିଚାଳନା ସଂସ୍ଥାର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ଵାଳ କହିଛନ୍ତି, ବର୍ତ୍ତମାନର ସ୍ଥିତିକୁ ଏଡ଼ାଇବା

କଷ୍ଟକର। ତେଣୁ ନିରାପତ୍ତା ପ୍ରୋଟୋକଲ୍ ଅନୁକରଣ କରିବା ଲାଗି ଆମ୍ବୁଲାନ୍ସ ସଦସ୍ୟମାନଙ୍କୁ ନିର୍ଦ୍ଦେଶ

ଦିଆଯାଇଛି। ଗାଡ଼ିର ଗତିକୁ ନିୟନ୍ତ୍ରଣ କରିବା ସହ ରୋଗୀଙ୍କ ନିରାପତ୍ତାକୁ ପ୍ରାଥମିକତା ଦେବାକୁ କୁହାଯାଇଛି । ସମସ୍ତ ଜରୁରୀକାଳୀନ କଲ୍‌କୁ

୧୦୮ ଆମ୍ବୁଲାନ୍ସ ପକ୍ଷରୁ ଗ୍ରହଣ କରାଯାଉଛି।

ତେଣୁ ପରିସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଜନସାଧାରଣ ଆମ୍ବୁଲାନ୍ସ ସଦସ୍ୟଙ୍କ ସହ ସହଯୋଗ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

Leave A Reply

Your email address will not be published.