କଲମl ବ୍ୟାରେଜ ତଳେ ମହାନଦୀରେ ବେଆଇନ ବାଲିବନ୍ଧ ଭାଙ୍ଗିବାକୁ ତୁରନ୍ତ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ
ଟ୍ରିବୁନାଲ ଗସ୍ତ ଖର୍ଚ୍ଚ ବାବଦ କୁ 5.5 କୋଟି ଟଙ୍କା ଖର୍ଚର ହିସାବ ଦିଅନ୍ତୁ ସରକାର l ଆପୋଷ ସମାଧାନ ପାଇଁ ରାଜନୈତିକ ଦଳ ଓ ଅନ୍ୟାନ୍ୟ ସଂଗଠନ ଭିତରେ ସହମତି ପାଇଁ ଉଚ୍ଚ ସ୍ତରୀୟ କମିଟି ତୁରନ୍ତ ପଦକ୍ଷେପ ନେଉ l
ଭୁବନେଶ୍ବର (ଆମ ଟିଭି): ଛତିଶଗଡ ସରକାର ମହାନଦୀ ଜଳକୁ ଶୋଷଣ ସହ ମହାନଦୀର ତଣ୍ଟି ଚିପି ବାକୁ ଆଉ ଏକ ନୂଆ ଚକ୍ରାନ୍ତ କରିଛି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ l କଲମା ବ୍ୟାରେଜର ତଳ ମୁଣ୍ଡରେ ପ୍ରାୟ 12 କିମି ପରେ ଏକ ବାଲିବନ୍ଧ କରି ପାଣି ରୋକି ଇଣ୍ଡଷ୍ଟ୍ରି କୁ ପାଣି ଯୋଗାଉଛନ୍ତି l କିଛି ଦିନ ତଳେ ବହୁ ବାଦ ବିବାଦ ଓ ଦାବୀ ପରେ କଲମା ବ୍ୟାରେଜ ର ଦୁଇଟି ଗେଟ ସାମାନ୍ୟ ଖୋଲି ମହାନଦୀ ରେ ସାମାନ୍ୟ ଜଳ ଛାଡ଼ିବା ପରେ ଅନ୍ତତଃ ଆମକୁ ଟିକେ ଆଶ୍ବସ୍ତି ଅନୁଭବ ହୋଇଥିଲା l ମାତ୍ର ତଳ ମୁଣ୍ଡରେ ସେ ପାଣି କୁ ଅଟକାଇ ରଖିବା କେବଳ ଓଡିଶା ପ୍ରତି ଅନ୍ୟାୟ ନୁହଁ, ନଦୀ ଓ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି l ସେ ବାଲିବନ୍ଧ କୁ ତୁରନ୍ତ ହଟାଇବା ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀ ଙ୍କୁ ତୁରନ୍ତ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ କଥା ହୁଅନ୍ତୁ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସ ଦାବି କରିଛନ୍ତି l ଆଗାମୀ 22 ରୁ 25 ତାରିଖ ଭିତରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଏକ ପ୍ରତିନିଧି ଦଳ ସବିଶେଷ ତଥ୍ୟ ପାଇଁ ଗ୍ରାଉଣ୍ଡ ଜିରୋ କୁ ଯାଇ କଲମା ରୁ ସୁଖସୋଢା ପର୍ଯ୍ୟନ୍ତ ମହାନଦୀ କୂଳେ କୂଳେ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବ l ଏହି ତଥ୍ୟ ରାଜ୍ୟ ସରକାର ଓ ଗଣମାଧ୍ୟମକୁ ପ୍ରଦାନ କରିବ l ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବା ପାଇଁ ସମୟ ମଗାଯାଇଛି l ତାଙ୍କୁ ମଧ୍ୟ ଅବଗତ କରାଯିବ l ଯେହେତୁକେନ୍ଦ୍ର, ଓଡିଶା ଓ ଛତିଶଗଡରେ ବିଜେପି ସରକାର ବା ଟ୍ରିପୁଲ ଇଂଜିନ ସରକାର ରହିଛି ତେଣୁ ଓଡିଶା ତଥା ମହାନଦୀର ଏହି ଚରମ ପରିସ୍ଥିତି ସଂକ୍ରାନ୍ତରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ମହାନଦୀ ବଞ୍ଚାଅ ଆନ୍ଦୋଳନମଧ୍ୟ ଦାବି କରିଛି l

ପୁନଶ୍ଚ 2023 ରେ ଟ୍ରିବୁନାଲର ଓଡିଶା ଗସ୍ତ ସମୟରେ 5କୋଟି 5 ଲକ୍ଷ ଟଙ୍କା ଖର୍ଚ ହୋଉଛି ବୋଲି ଗଣ ମାଧ୍ୟମରେ ପ୍ରକାଶ ପାଇଛି l ଟ୍ରିବୁନାଲ ର ଗୋଟିଏ ଗସ୍ତ ଖର୍ଚ୍ଚ ଏତେ ଟଙ୍କା ଆଦୌ ବିଶ୍ୱାସ ଯୋଗ୍ୟ ନୁହଁ l ଜନତା ଙ୍କ ଅର୍ଥକୁ ଏଭଳି ଖର୍ଚ କରିବା ଦୁର୍ଭାଗ୍ୟ ଜନକ l ରାଜ୍ୟ ସରକାର ଏହି ଖର୍ଚ୍ଚ ର ହିସାବ ଓଡିଶା ବାସୀ ଙ୍କ ସାମନାରେ ରଖନ୍ତୁ ବୋଲି ମହାନଦୀ ବଞ୍ଚାଓ ଆନ୍ଦୋଳନ ଦାବି କରିଛି l ଆଜି ପର୍ଯ୍ୟନ୍ତ ଟ୍ରିବୁନାଲ ରେ କେତେ ଖର୍ଚ୍ଚ ହୋଇଛି ତାହା ମଧ୍ୟ ସରକାର ସ୍ପଷ୍ଟ କରନ୍ତୁ l ଟ୍ରିବୁନାଲ ହେବାକୁ 7 ବର୍ଷ ପୂରିବାକୁ ଆଉ ଅଳ୍ପ ଦିନ ବାକି ରହିଛି l ଆନ୍ତରୀଣ ଆଦେଶ ଦୂରର କଥା ଏପର୍ଯ୍ୟନ୍ତ ସବିଶେଷ ତଥ୍ୟ ଗ୍ରହଣ ମଧ୍ୟ ସମ୍ପୂର୍ଣ ହୋଇନି l ଆଇନତଃ ସାତ ବର୍ଷ ପରେ ଟ୍ରିବୁନାଲର ସମୟ ସାରିବା ପରେ ଆଗାମୀ ପଦକ୍ଷେପ ସମ୍ପର୍କ ରେ ସ୍ପଷ୍ଟତା ଆସିବା ଉଚିତ l ରାଜ୍ୟ ସରକାର ମହାନଦୀ ସମସ୍ୟା ସମାଧାନ ପାଇଁ ଆପୋଷ ସମାଧାନ କଥା କହିଛନ୍ତି l ଏହା ସ୍ୱାଗତଯୋଗ୍ୟ l ଏକ କମିଟି କରି ପ୍ରଥମ ବୈଠକ କରି ସାରିଲେଣି l ଭଲ କଥା ହେଲେ ମହାନଦୀ ସମସ୍ୟା ସମାଧାନର ଆଧାର କଣ ତାହା ସ୍ପଷ୍ଟ କରିନାହାନ୍ତି l ବର୍ତମାନ ଜାନୁଆରୀ ପ୍ରଥମ ସପ୍ତାହ ରେ ମହାନଦୀ ଶୁଖିଲା ପଡୁଛି ତେଣୁ ମେ ମାସରେ ପରିସ୍ଥିତି କଣ ହେବ ତାହା ଜଳ ଜଳ ହୋଇ ଦେଖା ଗଲାଣି l ସେଥିପାଇଁ ଆପୋଷ ଆଲୋଚନା କଣ ହେଇଛି ତାହା ସ୍ପଷ୍ଟ ହେଵା ଦରକାର l ବାଲିବନ୍ଧ ତିଆରି ରୁ ତାହା କିପରି ସମାଧାନ ହେବ ଜଣା ପଡିଗଲାଣି l ସେପଟେ ମହାନଦୀ ସମସ୍ୟା କ୍ଷେତ୍ରରେ ତାର ଆଧାର ନେଇ ଏ ପର୍ଯ୍ୟନ୍ତ ରାଜ୍ୟରେ ସହମତି ସ୍ପଷ୍ଟତା ଆସିନି l ତେଣୁ ରାଜ୍ୟ ସରକାର ସବୁ ରାଜନୈତିକ ଦଳ, ଗଣ ସଂଗଠନ, ବିଶେଷଜ୍ଞ ଓ ବୁଦ୍ଧିଜୀବୀ ଙ୍କୁ ନେଇ ବିଚାର ବିମର୍ଶ କରି ସର୍ବସମ୍ମତ ସହମତି ଆଣି ତା ପରେ ଆପୋଷ ସମାଧାନ ପାଇଁ ପଦକ୍ଷେପ ନେବାକୁ ସାମ୍ବାଦିକ ସମ୍ମିଳନୀ ରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ସମେତ ମୁଖପାତ୍ର ପ୍ରସନ୍ନ ବିଷୋୟୀ, ସଂଯୋଜକ ବିଜୟ ପ୍ରଧାନ, ପ୍ରଵକ୍ତା ନିରୋଦ ଖୁଣ୍ଟିଆ,ଦୟା ବଞ୍ଚାଅ ଅଭିଯାନ ଆବାହକ ଅର୍ଜୁନ ସାମନ୍ତରାୟ କହିଛନ୍ତି l