ଭୁବନେଶ୍ବର (ଆମ ଟିଭି): ମଣିଷ ଜୀବନ ଅମୂଲ୍ୟ, ଏଣୁ ଏହାର ସୁରକ୍ଷା ଆମର କର୍ତ୍ତବ୍ୟ ଓ ଦାୟିତ୍ବ ଜୀବନ ସୁରକ୍ଷିତ ରହିଲେ ଦେଶ ଓ ଜାତି ହସି ଉଠିବ ମଣିଷ ଏକ ସୁସ୍ଥ ସୁନ୍ଦର ଜୀବନ ଅତିବାହିତ କରି ପାରିବ l କିନ୍ତୁ ବେଳେ ବେଳେ ତା ଜୀବନରେ ସୁରକ୍ଷା ନଷ୍ଟ ହୋଇଥାଏ | ପୋକ ମାଛି ଭଳି ରାସ୍ତା ଉପରେ ତା ଜୀବନ ଚାଲିଯାଏ | ସଡକ ଦୁର୍ଘଟଣା ହେଉଛି ଏହାର ମୁଖ୍ୟ କାରଣ | ଗାଡି ମଟର ର ବହୁଳ ବ୍ୟବହାର, ଅସାବଧାନତା ଓ ବେପରୁଆ ଗାଡି ଚାଳନା ଫଳରେ ମଣିଷ ବିପଦମୁଖୀ ଦୁର୍ଘଟଣା ର ଶିକାର ହୋଇ ମହାମୂଲ୍ୟ ଜୀବନକୁ ହରାଇ ବସୁଛି | ୧୯୮୯ ମସିହା ଠାରୁ ଜାନୁଆରୀ ମାସର ପ୍ରଥମ ସପ୍ତାହକୁ ସଡକ ସୁରକ୍ଷା ସପ୍ତାହ ଭାବେ ଭାରତ ରେ ପ୍ରତିବର୍ଷ ପାଳନ କରାଯାଏ | ଯାହାର ମୂଳ ଲକ୍ଷ ହେଉଛି ଲୋକମାନଙ୍କୁ ଟ୍ରାଫିକ ନିୟମ ବିଷୟରେ ସଚେତନ କରି ଦୁର୍ଘଟଣା କୁ ହ୍ରାସ କରିବା | ଏଭଳି ଏକ ପଦକ୍ଷେପକୁ ସୁଚାରୁ ରୂପେ ପାଳନ କରୁଛି ସୁଶୃତ ହସ୍ପିଟାଲ ଆଣ୍ଡ ଟ୍ରମା କେୟାର |

ସ୍ମାର୍ଟ ସିଟି ଅନଲାଇନ ଅଟୋ ଗୃପ୍ ଭୁବନେଶ୍ବର ଏବଂ ରୋଟାରି କ୍ଳବ ଅଫ ଭୁବନେଶ୍ବର ଆଇକନିକ୍ସ ର ମିଳିତ ସହଯୋଗରେ ସୁଦୃତ ହସ୍ପିଟାଲ ଆଣ୍ଡ ଟ୍ରମା କେୟାର ପରିସର ମଧ୍ୟରେ ୫୦ ଜଣରୁ ଉଦ୍ଧ ଅଟୋ ଚାଳକ ମାନଙ୍କୁ ନେଇ କାର୍ଯ୍ୟକ୍ରମ ଟି ଆରମ୍ଭ କରାଯାଇଥିଲା | ଏହାର ମୁଖ୍ୟ ଆକର୍ଷଣ ଥିଲା ୫୦ ରୁ ଉଦ୍ଧ ଅଟୋ ସୁଷୃତ ହସ୍ପିଟାଲ ଆଣ୍ଡ ଟ୍ରମା କେୟାର ପରିସର ରୁ ଯାତ୍ରା ଆରମ୍ଭ କରି ମାଷ୍ଟର କ୍ୟାଣ୍ଟିନ ପହଞ୍ଚି ପୁଣି ସେଠାରୁ ଫେରିଥିଲେ |

ଏହି କାର୍ଯ୍ୟକ୍ରମ ରେମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଜେପି ଉପସଭାପତି ଶ୍ରୀଯୁକ୍ତ ଗୋଲକ ମହାପାତ୍ର, ଡିଷ୍ଟ୍ରିକ୍ଟ ଗଭର୍ନର ରୋଟାରୀଆନ ମନୋଜ କୁମାର ତ୍ରିପାଠୀ, ପାଷ୍ଟ ଡିଷ୍ଟ୍ରିକ୍ଟ ଗଭର୍ନର ରୋଟାରୀଆନ ଦେବାଶିଷ ମିଶ୍ର, ପ୍ରେସିଡେଣ୍ଟ ରୋଟାରୀଆନ ସଞ୍ଜୟ କୁମାର ଚୌଧୁରୀ, ରୋଟାରୀଆନ ମେଜର ଡ଼ା କଳ୍ପନା ଦାସ, ସ୍ଵାମୀ ପ୍ରେମ ଅନ୍ଵେଷୀ ଫାଉଂଡ଼ର ଅଫ Futurex Trade Fair & Events, ଏବଂ ସୁଶୃତ ହସ୍ପିଟାଲ ର Executive Director ଡ଼ା ଚିଦାମ୍ବିକା ଖଟୁଆ | ଏହି ସଭା କୁ ସୁଚାରୁ ରୂପେ ପରିଚାଳନା କରିଥିଲେ ଶ୍ରୀ ସୁବ୍ରତ ଦେ, ଓ ତା ସହିତ Chief Operating Officer ଡ଼ା ପ୍ରିୟଦର୍ଶିନୀ ଦାଶ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

ସଡକ ସୁରକ୍ଷା କାର୍ଯ୍ୟକ୍ରମ ରେ ଅଟୋ ଚାଲାକମାନଙ୍କୁ ନେଇ Golden Hour Road Safety Awareness Rally ସଡକ ସୁରକ୍ଷା ସଚେତନତା କିଭଳି କରାଯାଇ ପାରିବ ସେ ବିଷୟରେ ଆଲୋକପାତ କରାଯାଇଥିଲା | ଏହାସହ ଉପସ୍ଥିତ ସମସ୍ତ ଅତିଥ୍ ବୃନ୍ଦ ଓ ଅଟୋ ଚାଲାକ ମାନଙ୍କୁ Golden Hour Hero ସମ୍ବର୍ଦ୍ଧନା ସହ Golden Hour କୀଟ ଓ ମାନପତ୍ର ବଣ୍ଟନ କରାଯାଇଥିଲା | ଏହା ବ୍ୟତିତ ଜାନୁଆରୀ ମାସ ୯ ତାରିଖ ଦିନ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ର କାର୍ଯ୍ୟକ୍ରମ ସୁଶୃତ ହସ୍ପିଟାଲ ଆଣ୍ଡ ଟ୍ରମା କେୟାର ପରିସର ମଧ୍ଯରେ ଆୟୋଜିତ କରାଯାଇଥିଲା | ଏଥିରେ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା | ରୋଟାରି କ୍ଳବ ଅଫ ଭୁବନେଶ୍ବର ଆଇକନିକ୍ସ ଏବଂ ଇଣ୍ଡିଆନ ରେଡ କ୍ରସ ଭୁବନେଶ୍ୱର ର ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଟି ସୁଚାରୁ ରୂପେ ସମ୍ପାଦନ ହୋଇଥିଲା |