ଜୀ ସାର୍ଥକରେ ୫୦୦ ଏପିସୋଡ ଅତିକ୍ରମ କଲା ଲୋକପ୍ରିୟ ଧାରାବାହିକ ‘ତୁମ ବିନା’

0

ଓଡ଼ିଶା ଟେଲିଭିଜନ ଜଗତର ଅନ୍ୟତମ ଚର୍ଚ୍ଚିତ ଧାରାବାହିକ ‘ତୁମ ବିନା’ ସଫଳତାର ସହ ଜୀ ସାର୍ଥକରେ ୫୦୦ ଏପିସୋଡ ପୂରଣ କରି ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି। ପୂର୍ବରୁ ଏହି ପରି ଅନେକ ଲୋକପ୍ରିୟ ଧାରାବାହିକ ଦର୍ଶକଙ୍କୁ ଦେଇ ଜୀ ସାର୍ଥକ ଓଡ଼ିଶା ମନୋରଞ୍ଜନ ଦୁନିଆରେ ନିଜକୁ ଏକ ନମ୍ବର କରିଛି ।

‘ତୁମ ବିନା’ର ବର୍ତ୍ତମାନର କାହାଣୀରେ ଅନୁରାଗ ଓ ରିଚାଙ୍କ ବିବାହ ଏବଂ ଆଦ୍ୟାର ଦ୍ଵାୟୀତ୍ଵ ନେବା ପରେ ଏକ ରୋମାଞ୍ଚକର ମୋଡ଼ ଆସିଛି। ରିଚା ନିଜର ପ୍ରକୃତ ଉଦ୍ଦେଶ୍ୟ ଲୁଚାଇ ଆଧିପତ୍ୟ ବିସ୍ତାର କରୁଥିବା ବେଳେ, ଆଦ୍ୟା ଦୈବୀ ଶକ୍ତିର ପ୍ରତୀକ ସାଜି ଅଧର୍ମ ବିରୋଧରେ ଛିଡ଼ା ହୋଇଛି । ଅକ୍ଷୟଙ୍କୁ ନିଜର ନିଷ୍ଠୁର ସର୍ତ୍ତ ଆଗରେ ମଥାନତ କରିବାକୁ ବାଧ୍ୟ କରୁଥିବା ରିଚାଙ୍କ ଛଳନା ଓ ବିଶ୍ୱାସଘାତକତା ଭିତରେ ବିଶ୍ୱାସର ପରୀକ୍ଷା ଚାଲିଛି।

ଧାରାବାହିକର ଏହି ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପ୍ରେମ, ପାରିବାରିକ ସମ୍ପର୍କ ଓ ମାନବୀୟ ସଂଘର୍ଷକୁ ନିଖୁଣ ଭାବେ ଚିତ୍ରଣ କରାଯାଇଛି। ଆଗାମୀ ଦିନରେ ‘ତୁମ ବିନା’ର ଯାତ୍ରା ଅଧିକ ରୋମାଞ୍ଚକର, ଭାବପୂର୍ଣ୍ଣ ଏବଂ ପରିବର୍ତ୍ତନଶୀଳ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

୫୦୦ ଏପିସୋଡ ପରେ କାହାଣୀରେ ଆସୁଥିବା ନୂଆ ମୋଡ଼ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହେବ ବୋଲି ବୋଲି ପ୍ରତିଶୃତି ଦେଉଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ ଓ କହିଛନ୍ତି, ଏହି ସଫଳତା ଦର୍ଶକଙ୍କ ନିବିଡ଼ ଭଲପାଇବା ଓ ଭାବନାତ୍ମକ ସମ୍ପର୍କର ପ୍ରମାଣ ଦେଇଛି ।

Leave A Reply

Your email address will not be published.