ଓଡ଼ିଶା କପ୍ ୨୦୨୫ ଉତ୍କଳ ରାଇଜିଂ ଷ୍ଟାର୍ସ ଚାମ୍ପିଅନ*
ଓଡ଼ିଶା କପ୍ ସ୍ପୋର୍ଟ୍ସ ଆସୋସିଏସନ୍ ଅଫ୍ ୟୁଏଇର ଆଜମାନର ଦି ସେଭେନ୍ ଡିଷ୍ଟ୍ରିକ୍ଟ କ୍ଲବରେ ଓଡ଼ିଶା କପ୍-୨୦୨୫ ସଂସ୍କରଣ ୧୨ ଉଦଯାପିତ ହୋଇଯାଇଛି l ଫାଇନାଲ ମ୍ୟାଚ୍ କଳିଙ୍ଗ ୱାରିଅର୍ସ ଓ ଉତ୍କଳ ରାଇଜିଂ ଷ୍ଟାର୍ସ ମଧ୍ୟରେ ଖେଳାଯାଇଥିଲା l ଉତ୍କଳ ରାଇଜିଂ ଷ୍ଟାର୍ସ ପ୍ରଥମେ ବ୍ୟାଟିଂ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୨୭ ରନ କରିଥିଲା l ଜବାବରେ କଳିଙ୍ଗ ୱାରିଅର୍ସ ୯ ୱିକେଟ ବିନିମୟରେ ୧୦୨ ରନ କରିବାକୁ ସମର୍ଥ ହୋଇଥିଲା l ରାଜେନ୍ଦ୍ର ପଲ୍ଲାଇ ପ୍ଲେୟାର ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ l ଓଲିଉଡ ଅଭିନେତ୍ରୀ ଶିବାନୀ ସଙ୍ଗୀତା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ l ଓଡ଼ିଶା କପ୍ ଉପଦେଷ୍ଟା ଓ ବରିଷ୍ଠ ବ୍ୟବସାୟ ପରିଚାଳନା ଦକ୍ଷ ପ୍ରିୟଦର୍ଶୀ ପାଣିଗ୍ରାହୀ ଏହି ଆୟୋଜନକୁ ମଧ୍ୟପୂର୍ବ ଓ ଉତ୍ତର ଆଫ୍ରିକାରେ ପ୍ରବାସୀ ଓଡ଼ିଆମାନଙ୍କର ସବୁଠାରୁ ବଡ଼ ସାକ୍ଷାତ୍ ସମାଗମ ବୋଲି ବର୍ଣ୍ଣନା କରିଥିଲେ ଓଡ଼ିଶା କପ ସ୍ପୋର୍ଟ୍ସ ଆସୋସିଏସନ୍ ବରିଷ୍ଠ ସଦସ୍ୟମାନେ, ରଜତ ରଥ, ସମ୍ଭ୍ରମ ପଟ୍ଟନାୟକ, ନିର୍ଲିପ୍ତ ମହାନ୍ତି , ଅବନୀକାନ୍ତ ପାତ୍ର, ଚିନ୍ମୟ କୁମାର ଜେନା, ଇମଦାଦ ମହମ୍ମଦ, ଦେବ ମିଶ୍ର, ଅମୃତେନ୍ ଚାଟାର୍ଜୀ, ଜ୍ୟୋତି ରଞ୍ଜନ ପଣ୍ଡା, ସୁଜିତ ଖଟୁଆ, ଆଶିଷ ନାୟକ, ଅଜିତ ପାତ୍ର, ଦୁର୍ଯ୍ୟୋଧନ ପ୍ରଧାନ ଓ ସୌମ୍ୟ ରଞ୍ଜନ ପଣ୍ଡା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ l